ଏଟିଏମ କାର୍ଡ ଲୁଟି ଆକାଉଣ୍ଟ ଖାଲି କଲେ ଦୁର୍ବୃତ୍ତ
ଧର୍ମଶାଳା: ଧର୍ମଶାଳା ଥାନା ଜାରକା ଏସବିଆଇ ଏଟିଏମ କାଉଁଟରରୁ ଅଭିନବ ଉପାୟରେ ଏଟିଏମ କାର୍ଡ ଲୁଟି ନେଇ ଆକାଉଣ୍ଟ ଖାଲି କରିଦେଲେ ଦୁର୍ବୃତ୍ତ । ଧର୍ମଶାଳା ଥାନାରେ ଆଜି ଏଭଳି ଏକ ସଙ୍ଗୀନ ଠକେଇ ଅଭିଯୋଗ ହୋଇଛି ।
ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲା ଭାଗବତପୁର ଅଂଚଳର ବନମାଳୀ ଜେନା ନାମକ ଜଣେ ବ୍ୟକ୍ତି ଗତ ୨୭ତାରିଖରେ ଭବାନୀପୁରସ୍ଥିତ ନିଜର ବନ୍ଧୁ ଘରକୁ ଆସିଥିଲେ । ତାଙ୍କର ଟଙ୍କା ଆବଶ୍ୟକ ପଡିବାରୁ ଜାରକାଗେ୍ଧଟ ବ୍ୟାନଙ୍କ ପାଖରେ ଥିବା ଏସବିଆଇ ଏଟିଏମ କାଉଁଟରରୁ ସେ ଏକ ହଜାର ଟଙ୍କା ଉଠାଇ ଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଅଜଣା ଯୁବକ ଏଟିଏମ ମେସିନ କ୍ୟାନସଲ କରି ନାହ ବୋଲି କହିଥିଲେ । ପରେ ସେ ବନମାଳୀଙ୍କ ହାତରୁ ଏଟିଏମ କାର୍ଡ ନେଇ କ୍ୟାନସଲ ମାରିଥିଲେ । ହେଲେ ଏହି ସମୟରେ ଉକ୍ତ ଯୁବକ ଏଟିଏମ କାର୍ଡ ବଦଳାଇ ଚତୁରତାର ସହ ବନମାଳୀଙ୍କୁ ଅନ୍ୟଏକ ଏକ ଏଟିଏମ କାର୍ଡ ଦେଇଦେଇଥିଲେ । ବନମାଳୀ ନିଜର ଏଟିଏମ କାର୍ଡ ଭାବି ସେଠାରୁ ନିଜ ଘରକୁ ଫେରିଯାଇଥିଲେ । ତେବେ କେନ୍ଦ୍ରପଡାରେ ସେ ଏକ ଏଟିଏମ କାଉଁଟରରୁ ଆଜି ସକାଳେ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ କାର୍ଡର ପାସ ୱାର୍ଡ ଭୁଲ ବୋଲି ଲେଖିଥିଲା । ପରେ ଏସମ୍ପର୍କରେ ସେ ବ୍ୟାଙ୍କ କତୃପକ୍ଷଙ୍କୁ ଜଣାଇଥିଲେ । ବ୍ୟାଙ୍କ ତରଫରୁ ଏଟିଏମ ଯାନଚ କରିବା ପରେ ଏହା ଅନ୍ୟ କାହାର ବୋଲି ଜଣାପଡିଥିଲା । ପରେ ବନମାଳୀଙ୍କ ଏକାଉଁଟ ଯାଂଚ କରିବା ପରେ ତାଙ୍କ ଏକାଉଁଟରେ ଥିବା ୪୪ ହଜାରରୁ ଉର୍ଦ୍ଧ ଟଙ୍କାକୁ ଦୁର୍ବୃତମାନେ ଖାଲି କରିଦେଇଥିବା ଜଣାପଡିଥିଲା । ତେବେ ବନମାଳୀ ଜାରକାରେ ଏଟିଏମ କାର୍ଡ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏନେଇ ସେ ଆଜି ଧର୍ମଶାଳା ଥାନାରେ ପହଁଚି ଲିଖିତ ଅଭିଯେଗ କରିଛନ୍ତି । ଅଭିଯୋଗ ପାଇ ଧର୍ମଶାଳା ଥାନା ପୁଲିସ ୪୨୫/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।