ଉପଜିଲ୍ଲାପାଳଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ
ଗୁଣପୁର : ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ସ୍ଥାନୀୟ କୃଷି ପରାମର୍ଶ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉନ୍ନତ କିଶମର ବିହନ ପ୍ରସ୍ତୁତ କରି କୃଷକଙ୍କ ନିକଟରେ ପହଞ୍ଚାଇ ସେମାନଙ୍କୁ ଆର୍ଥôକ ସ୍ୱାବଲମ୍ବୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସୂର୍ଯ୍ୟମୁଖୀ, ଗେଣ୍ଡୁଫୁଲ ସହ ଅନୁବନ୍ଦିତ କରି ଚାଷୀଙ୍କୁ ଆର୍ଥôକ ସ୍ୱାବଲମ୍ବୀ କରିବା ସହ ଗୁଣପୁର ଅଞ୍ଚଳରେ ଆଉ କି କି ପ୍ରକାର ଅର୍ଥ ରୋଜଗାରୀ ଚାଷ ହୋଇପାରିବ ସେ ନେଇ କୃଷି ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ଗୁଣପୁର ଅଞ୍ଚଳରେ ଚାଲିଥିବା କପା, ଧାନ, କାନ୍ଦୁଲ ବ୍ୟତୀତ ଅନ୍ୟଚାଷ ପ୍ରତି ଚାଷୀଙ୍କୁ କିପରି ସଚେତନ କରାଯାଇପାରିବ, ସେଥିପ୍ରତି ଯନôବାନ ହେବାକୁ କୃଷି ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସମୂହ ଡ଼ଃ ସୁସ୍ମିତା ମହାନ୍ତି, ଡ଼ଃ ରାଜୀବ ଟୁଡୁ, ଡ଼ଃ ନରାମ ରାମ, ଡ଼ଃ ଆନନ୍ଦିତା ରାୟ, ଡ଼ଃ ପରିମଳ ତରାଇ, ଡ଼ଃ ଜୁନାଦ୍ରୀ ବାଘ, ନିୟନ୍ତିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜିଙ୍କ ସମେତ କୃଷି ବିଭାଗ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।