୩୮୭ ଦୁର୍ଘଟଣାରେ ୧୮୨ ଜୀବନ ହାନୀ

 ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାରେ ୨୦୨୩ ମସିହାରେ ୪୦୫ଟି ଦୁର୍ଘଟଣା ଘଟି ୪୦୩ଜଣ ଆଘାତପ୍ରାପ୍ତ ହୋଇଥିବାବେଳେ ୧୮୫ଜଣ ମୃତୁ୍ୟବରଣ କରିଥିଲେ । ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ୩୮୭ ଗୋଟି ଦୁର୍ଘଟଣା ଘଟିଥିବାବେଳେ ୩୧୩ ଜଣ ଆଘାତ ପ୍ରାପ୍ତ ହୋଇଛନ୍ତି ଏବଂ ୧୮୨ଜଣ ମୃତୁ୍ୟବରଣ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ସଡକ ସୁରକ୍ଷା କମିଟିରେ ପ୍ରକାଶ କରିଛନ୍ତି ।
 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଗୋବିନ୍ଦପୁର ଠାରୁ କୋରିଆଁ ବାଇପାସ୍ ପର୍ଯ୍ୟନ୍ତ ପ୍ରମୁଖ ଛକମାନଙ୍କରେ ହାଇ ମାସ୍କ ଲାଇଟ୍ ସ୍ଥାପନ, ସହର ମଧ୍ୟରେ ପାର୍କିଂ ଲାଇନ୍ ମଧ୍ୟରେ ଗାଡ଼ି ନ ରଖିଲେ ଜୋରିମାନା ଆଦାୟ, ଦକ୍ଷିଣ କାଳି ରୋଡ଼ ପ୍ରବେଶ ପଥକୁ ୱାନ୍ ୱେ କରିବାକୁ, ସମସ୍ତ ପ୍ରମୁଖ ବିଦ୍ୟାଳୟ ସମ୍ମୁଖରେ ସାଇନେଜ୍ ଏବଂ ସ୍ପିଡ୍ ବ୍ରେକ୍ର ନିର୍ମାଣ, ହାତୀଚଲା ପଥ ନିର୍ମାଣ, ସରାଙ୍ଗ ଇଂଜିନିୟରିଂ କଲେଜ୍ର ଆପ୍ରୋଚ୍ ରୋଡ଼୍ ନିର୍ମାଣ, ବେଆଇନ୍ ରାସ୍ତା କଟିଙ୍ଗ ବନ୍ଦ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ୮ ଜଣ ଗୁଡ୍ସ ସମରିଟାନଙ୍କୁ ୨୦୦୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ରାଜପଥ ସାଇଟ୍ ଇଂଜିନିୟର  ଉତ୍ପଲ ମଣ୍ଡଳ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଡ଼ିସନାଲ ଏସ୍ପି ପ୍ରଭାତ କୁମାର ବିଶ୍ୱାଳ, କମିଟିର ସଦସ୍ୟ ପ୍ରଦୁ୍ୟମ୍ନ ରଥ, ରତନ କୁମାର ନାୟର, ସମାଜସେବୀ ସତ୍ୟସ୍ୱରୂପ ଦାସ, ରାପିଡ୍ ରେସପନସ୍ ଟିମ୍ର ସଂଯୋଜକ ବିରଞ୍ଚô ନାରାୟଣ ପାଣିଙ୍କ ସମେତ  ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା ସଡ଼କ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ ।