ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ
ସିଂହପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ବିଞ୍ଝାରପୁର ଯଜ୍ଞ ପଡିଆ ନିକଟସ୍ତ ଖରସ୍ରୋତା ନଦୀରେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଥିବାର ଜଣାପଡିଛି । ନିଖୋଜ ଚନ୍ଦ୍ରମୁ ଗ୍ରାମର ଶ୍ରୀଧର ସେଠୀ (୭୫) ବୋଲି ଜଣାପଢ଼ିଛି । ଶ୍ରୀଧର ଆଜି ମଧ୍ୟହ୍ନରେ ବିଞ୍ଝାରପୁର ଯଜ୍ଞପଡ଼ିଆ ସ୍ଥିତ ଖରସ୍ରୋତା ନଦୀର ଦେବିଗଡା ଘାଟରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଘଟଣା ସମ୍ପର୍କରେ ବିଞ୍ଝାରପୁର ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖବର ପାଇଁ ଘଟଣା ସ୍ଥଳରେ ପହଁଚି ଶ୍ରୀଧରଙ୍କୁ ଖୋଜାଖୋଜି ଜାରିରଖିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ ।