ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ; ଚାରି ଗୁରୁତର
ସୁକିନ୍ଦା : ଏହି ରଙ୍ଗିଟାଙ୍ଗର ଗ୍ରାମପାଖ ରେ ଥିବା ଏକ ଜିନ୍ଦଲ ଠିକା ସଂସ୍ଥା କଲୋନୀରେ ବୁଧବାର ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚାରିଜଣ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ କଳିଙ୍ଗନଗରର ଏକ ଠିକା ସଂସ୍ଥା ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ରଙ୍ଗିଟାଙ୍ଗର ଗ୍ରାମ ନିକଟରେ ଏକ କ୍ୟାମ୍ପ କରି କର୍ମଚାରୀଙ୍କୁ ରଖିଛି । କଲୋନୀରେ ରହୁଥିବା କର୍ମଚାରୀଙ୍କ ମଧ୍ୟରେ ବୁଧବାର ରାତିରେ ଗଣ୍ଡଗୋଳ ଘଟିଥଲା । ଗଣ୍ଡଗୋଳରେ ଝାଡଖଣ୍ଡ ରାଜ୍ୟର ବିଷ୍ଣୁ କଣ୍ଢେଇ, ମଧୁସୂଦନ ହେମ୍ବ୍ରମ, ସୀଙ୍ଗିରାଇ ପୂର୍ତି ଓ ଗଙ୍ଗାଧର ରାଜ୍ୱାଳ ଗୁରୁତର ଆହତ ହୋଇଥିଲେ । ସେଠାରେ ରହୁଥିବା ଅନ୍ୟ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।