ବିଜେଡି ନେତା ଜଗନ୍ନାଥ ଦାଶଙ୍କ ପରଲୋକ
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଳିପୁରା ପଞ୍ଚାୟତର ଜଣେ ଟାଣୁଆ ନେତା ତଥା ଦୀର୍ଘ ଦିନ ଧରି ପଞ୍ଚାୟତରେ ଦଳୀୟ ସଭାପତି ଭାବେ କାର୍ୟ୍ୟ ତୁଲାଇଥିବା ଜଗନ୍ନାଥ ଦାଶଙ୍କର ଆଜି ହାଇଟେକ୍ ହସ୍ପିଟାଲରେ ମୃତୁ୍ୟ ହୋଇ ଯାଇଥିବା ଜଣାଯାଇଛି । ମୃତୁ୍ୟ ବେଳକୁ ତାଙ୍କର ୬୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଦାଶ ଦୀର୍ଘ ଦିନ ଧରି ବୃକକ ରୋଗରେ ପୀଡିତ ଥାଇ ଡାଇଲେସିସ୍ ହେଉଥିଲେ । ଗତ ସପ୍ତାହରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ହାଇଟେକ୍ ହସ୍ପିଟାଲ ନେଇ ଯାଇଥଲେ । ଆଜି ୧୦ ଘଟିକା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ଏକ ମାତ୍ର ପୁତ୍ର ଦୀନନାଥ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ଦାରିହାକୁ ଆଣି ସନ୍ଧ୍ୟା ୮ ଘଟିକା ସମୟରେ ପହଞ୍ଚିଥିଲେ । ଖବର ପାଇ ବିଜେଡିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବେତନଟୀ ବ୍ଲକ ବିଜେଡି ସଭାପତି ସନ୍ତକ ଲେଙ୍କା, ବ୍ଳକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ବିନୋଦ ସିଂହ, ରାଜୀବ ରଞ୍ଜନ ସେନାପତି, ଅଶୋକ ପ୍ରଧାନ, ମିଟୁ ସାମଲ, ଈଶ୍ୱର ମହାପାତ୍ର, ଈଶ୍ୱର ସାମଲଙ୍କ ସମେତ ବହୁ ନେତା କର୍ମୀ ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଜଗନ୍ନାଥ ଦାଶ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାରଣ ବ୍ୟକ୍ତି ଭାନେ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୃତୁ୍ୟରେ ଦଳ ପାଇଁ ଏକ ବହୁତ କ୍ଷତି ହେଲା ବୋଲି ପୂର୍ବତନ ବିଧାୟକ ଗଣେଶୂର ପାତ୍ର ପ୍ରକାଶ କରିଥିଲେ । ମରଶରୀର ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତ୍ର ଦୀନନାଥ ମୂଖାଗ୍ନି ଦେଇଥିଲେ ।