ଟାଟା ପାୱାର ପକ୍ଷରୁ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ
ବୈଶିଙ୍ଗା: ଟିପିଏନ୍ଡିଓଏଲ୍ ବାରିପଦା ରାଇକମା ଆଶ୍ରମ ବିଦ୍ୟାଳୟରେ ଏକ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ରଘନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା । ଟିପିଏନ୍ଡିଓଏଲ୍ ସଂଯୋଜକ ସର୍ବେଶ୍ୱର ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜିର କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରିବା ସହିତ ଶକ୍ତି ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବିନା କାରଣରେ ବିଦୁ୍ୟତ ବଲ ଜଳିବା, ପଙ୍ଖା ଘୁରିବା ବା ଟିଭି ଚାଲିବା ଦ୍ୱାରା ବିଦୁ୍ୟତ ଶକ୍ତିର ଅପଚୟ ହେବା ଦ୍ୱାରା ଜାତୀୟ ସମ୍ପତ୍ତି ନଷ୍ଟ ହେବା ସହିତ ଉପଭୋକ୍ତାମାନଙ୍କୁ ଅଧିକ ବିଲ୍ ପଇଠ କରିବାକୁ ପଡୁଛି । ଏଥିପାଇଁ ପିଲାମାନେ ତାଙ୍କର ଅଭିଭାବକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ପିଲାମାନଙ୍କ ଦ୍ୱାରା କୁଇଜ୍, ଚିତ୍ରାଙ୍କନ, ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ସମସ୍ତ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଶକ୍ତି ସଂରକ୍ଷଣ ଦିଗରେ ଛାତ୍ର ଛାତ୍ରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରଜତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୟରେ ଶିକ୍ଷକ ଶୁଭାଶିଷ ପଣ୍ଡା , ଶିକ୍ଷୟିତ୍ରୀ ସୁବାଶିନୀ ପରିଡ଼ା, ସରସ୍ୱତୀ ଜେନା, ଦୀପାଞ୍ଜଳୀ ଦାସ, ପ୍ରତିମା ପରିଡ଼ା, ସୁକାନ୍ତି ବିଶ୍ୱାଳ, ମେଟ୍ରୋନ ମାଳତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।