ଚାଷ ଜମିକୁ ଗ୍ରାସ କରୁଛି ତନ୍ତୀଘାଇ

 ବରୀ: ଚାଷ ଜମିକୁ ଧିରେ ଧିରେ ନଦୀ ଗ୍ରାସ କରିବାରେ ଲାଗିଛି । ଗ୍ରାମର ଅନେକ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ, ନଦୀ ଯଦି ଏହିପରି ଜମିକୁ ôଖାଇ ଖାଇ ଜିବ ତେବେ ଲାକଙ୍କ ପାଇଁ କ’ଣ ବଞ୍ଚିବ ।  ଯାଜପୁର ଜଳ ସମ୍ପଦ ଅଧିନ ଛତିଶଦେବିଲ ଗ୍ରାମପଞ୍ଚାୟତର ଋଷିପୁର ଗ୍ରାମ ନିକଟର ତନ୍ତୀଘାଇ ସେତୁ ନିକଟ ନଦୀକୂଳ ଦିନକୁ ଦିନ ତନ୍ତୀଘାଇ ଗର୍ଭ ରେ ଗ୍ରାସ କରୁଛି । ବିଶେଷ ଭାବେ ବର୍ଷାଋତୁରେ ତନ୍ତୀଘାଇ ବନ୍ୟା ଜଳର କରାଳ ରୂପ ଏହି ପଠା ଉପରେ ପଡିଥାଏ । ଏହି ଜାଗା ଟି ଖାଇ ଖାଇ ଚାଷ ଜମି ଆଡ଼କୁ ମାଡିଆସିଲାଣି । ପ୍ରତି ବର୍ଷ ନଦୀରେ ବନ୍ୟା ଆସିଲେ ଏହି ସ୍ଥାନରୁ ମାଟି ଅତଡ଼ା ଖସି ତନ୍ତୀଘାଇ ନଦୀକୁ ଚାଲିଯାଇଥାଏ । ମାଟି ଅତଡ଼ା ଖସି ତନ୍ତୀଘାଇ ନଦୀ ଗର୍ଭକୁ ଲୀନ ହେବାକୁ ଲାଗିଛି । ବାରମ୍ବାର ଅଞ୍ଚଳ ବାସୀଙ୍କ ପକ୍ଷରୁ  ବିଭାଗର ଉଚ୍ଚ ପଦସ୍ଥତ କର୍ମଚାରୀଙ୍କ ନିକଟରେ ଦାବି ହେଇ ଆସୁଛି । ହେଲେ କାହାର ଦୃଷ୍ଟି ନାହିଁ । ତୁରନ୍ତ ଜଳସମ୍ପଦ ବିଭାଗ ଏହି ସ୍ଥାନ ଏହି ସ୍ଥାନ ପ୍ରତି ଦୃଷ୍ଟି ଦେବା ସହିତ ଏହି ସ୍ଥାନରେ ପଥର ପ୍ୟାକିଙ୍ଗ କରିବାକୁ ବହୁ ଚାଷୀ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ବହୁ ଚାଷ ଜମି ସାଙ୍ଘକୁ ବିଭିନ୍ନ ସ୍ଥାନ ନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି ।