ଦୁର୍ଘଟଣାରେ ଯୁବକ ମୃତ, ଚାଳକ ଗିରଫ 

 ବ୍ରହ୍ମବରଦା : ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ଯୁବକର ମୃତୁ୍ୟ ଘଟିଛି । ମୃତକ କୁଆଖିଆ ଥାନା ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ସେକ୍ ନେହାଲ ଉଦ୍ଦିନ( ୪୨) ହୋଇଥିବା ବେଳେ ସେ କଟକ ସ୍ଥିତ ଅଶ୍ୱିନି ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ । ସୂଚନା ମତେ ଗଲା ମଙ୍ଗଳବାର ବ୍ରହ୍ମବରଦା କଲେଜ ରୋଡର ଇଲେକ୍ଟ୍ରି ସବଷ୍ଟେସନ ନିକଟରେ କାର ସହ ବାଇକ ଦୁର୍ଘଟଣା ଘଟିଥିଲା । ନେହାଲ ତାଙ୍କ ପତ୍ନୀ କୁଲସୁମ ବିବି (୩୬) ଓ ୧୩ ବର୍ଷୀୟ ଝିଅ ଆୟାନ ଶେଖକଙ୍କୁ ବାଇକ ଯୋଗେ ତାଙ୍କ ଶ୍ୱଶୁର ଘର ଅଲତି ଅଭିମୁଖେ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ରଙ୍ଗ ରୁଟରେ ଆସୁଥିବା ଓଡି୦୨ସିଏନ- ୫୬୪୩ ଟାଟା ନେକ୍ସନ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ତାଙ୍କ ପନôୀ ଓ ଝିଅ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ପନôୀ କୁଲସୁମଙ୍କ ପଞ୍ଜରା ହାଡ ଭାଙ୍ଗିଯିବା ସହ ନେହାଲଙ୍କ ଗୋଡ ଓ ହାତ ଭାଙ୍ଗି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ବ୍ରହ୍ମବରଦା ପୁଲିସ ପହଞ୍ଚô ତାଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥିତ ଅଶ୍ୱିନି ମେଡିକାଲକୁ ପଠାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ଗଲାକାଲି ବିଳମ୍ବିତ ରାତିରେ ମୃତୁ୍ୟ ଘଟିଥିଲା । ଘଟଣାରେ ବ୍ରହ୍ମବରଦା ପୁଲିସ କେସ ନଂ- ୩୪/୨୫ ରେ ଏକ ମାମଲା ରୁଜୁ କରି କାର ଚାଳକ ତଥା ମାଲିକ ଭଦ୍ରକ ଜିଲ୍ଲା ଧାମନଗର ଆଞ୍ଚଳର ବାସିନ୍ଦା ଗଦାଧର ସାହୁଙ୍କ ପୁଅ ଦେବାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।