ନିର୍ଯାତିତ ପରିବାରଙ୍କ ଜିଲ୍ଲାପାଳଙ୍କୁ ଫେରାଦ
ଯାଜପୁର ଟାଉନ : ରାଜନୈତିକ ନିର୍ଯାତନାର ଶୀକାର ଗୋଟିଏ ପରିବାର ନ୍ୟାୟ ପାଇବାକୁ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି । ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ବାଲିଗୁଡ଼ା ଗ୍ରାମର ଅଧିôବାସୀ ଶଶାନନ୍ଦ ମଲ୍ଲିକଙ୍କ ୬ ପୁଅ ନିଜ ଜାଗାରେ ଘର କରି ବହୁବର୍ଷ ହେବ ରହି ଆସୁଛନ୍ତି । ଗତ ନିର୍ବାଚନ ସମୟରେ ସେମାନେ ବିଜେପିକୁ ଭୋଟ୍ ଦେବାକୁ କେନ୍ଦ୍ର କରି ନେପାଳ ମଲ୍ଲିକ ଓ ତାଙ୍କ ୩ ପୁଅ ରମେଶ, ସଞ୍ଜୟ, ବିଜୟ, ରସାନନ୍ଦ ମଲ୍ଲିକଙ୍କ ୨ପୁଅ ଅକ୍ଷୟ, ଶ୍ରୀକ୍ଷେୟ, ଗୋବର୍ଦ୍ଧନ, ଚିନ୍ମୟ ମିଳିତ ଭାବେ ଏକତ୍ରୀତ ହୋଇ କାହିଁକି ତୁମେ ବିଜେଡିକୁ ଭୋଟ୍ ଦେଲ ନାହିଁ ବୋଲି କହିବା ସହ ଆକ୍ରମଣ କରି ଘରୁ ବାହାର କରି ଦେଇଥିଲେ । ପରିବାର ଲୋକେ ଏ ସମ୍ପର୍କରେ ପୁଲିସ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେବା ବଦଳରେ ରାଜନୈତିକ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ସପରିବାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଥିଲେ ।