ପରିତ୍ୟକ୍ତ କେନାଲରୁ ଗଳିତ ମୃତ ଦେହ ଉଦ୍ଧାର
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଘସିପୁରା ଥାନା ଅନ୍ତର୍ଗତ କଅଁସ ଗ୍ରାମର ପରିତ୍ୟକ୍ତ କେନାଲରୁ ଅଚିହ୍ନା ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଘସିପୁରା ପୁଲିସକୁ ଖବର ଦେଇଥିଲେ । ତେବେ ଆଜି ସକାଳେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୁଲିସ । ତେବେ ରେମାଳ ଡ୍ୟାମ ଟୋୱାଲ ଉପରୁ ତଳକୁ ଖସି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।