ବେଆଇନ ଗାଡ଼ି ପାର୍କିଂର ହବ୍ ପାଲଟିଛି କଳିଙ୍ଗନଗର
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ବେଆଇନ ଗାଡ଼ି ପାର୍କିଂର ହବ ପାଲଟିଛି କଳିଙ୍ଗନଗର । କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରଙ୍କ ନିୟମକୁ ଫୁ କରି ଏକାଧିକ କାରଖାନାକୁ ଆସୁଥିବା ଗାଡ଼ି ମନଇଛା ଯୋଉଠି ପାରି ସେଇଠି ପାର୍କିଂ କରି ଦେଉଛନ୍ତି । ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ପତ୍ର ଅନୁସାରେ ଯାନବାହାନ ଚଳାଚଳ ପାଇଁ କଳିଙ୍ଗନଗରରେ ପାଖାପାଖି ୬୪% ପ୍ରଦୂଷଣ ହେଉଛି । ଯାହା ଫଳରେ ସାଧାରଣ ଲୋକ ମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଯାହା ପାଇଁ କଳିଙ୍ଗନଗରରେ ଥିବା କିଛି ବ୍ୟକ୍ତି ବିଶେଷଙ୍କ ହାତ ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି । କାରଣ କିଛି ଲୋକ ନିଜ ଅକ୍ତିଆରରେ ଥିବା ଅନାବାଦୀ, ଗୋଚର ଓ ଜମାବନ୍ଦୀରେ ବେଆଇନ ଗାଡ଼ି ପାର୍କିଂ କରିବା ପାଇଁ ବିଭିନ୍ନ ପ୍ରକାର ଠିକାଦାର ଓ ଠିକା ସଂସ୍ଥା ସହିତ ମୋଟା ଅଙ୍କର ଟଙ୍କା ନେଇ ଏହି ବେଆଇନ କାର୍ଯ୍ୟକୁ ପ୍ରୋସôାହିିତ କରୁଛନ୍ତି । ଗାଡ଼ି ପାର୍କିଂ ଯୋଗୁଁ ଧୂଳି ଧୂଆଁ ଉଡ଼ିବା ଦ୍ୱାରା ମାତ୍ରାଧିକ ବାୟୁ ପ୍ରଦୂଷଣ ହେଉଛି । ଏହା ସହ ଏକାଧିକ ଦୁର୍ଘଟଣା ଘଟିବାର ମଧ୍ୟ କାରଣ ପାଲଟୁଛି । ଯାଜପୁର ଜିଲାପାଳ ତୁରନ୍ତ ଅନୁଧ୍ୟାନ କରି ବେଆଇନ ଗାଡ଼ି ପାର୍କିଂ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି ।