ରାଜସ୍ୱ ସେବାରେ ଯାଜପୁର ଦ୍ୱିତୀୟ

 ଯାଜପୁର : ରାଜସ୍ୱ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ଯାଜପୁର ଜିଲା ଦ୍ୱିତୀୟ ସ୍ଥାନ ଅଧିକାର କରି ଉକôର୍ଷତାର ପ୍ରମାଣପତ୍ର ଗ୍ରହଣ କରିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଦୁଇଦିନିଆ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ଓ କର୍ମଶାଳାରେ ଏହି ପ୍ରମାଣପତ୍ର ମିଳିଛି । ଉଦ୍ୟାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ରଂଜନ ବେହୁରୀ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏଥିସହ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର  ଅତିଥି ମାନଙ୍କ ଠାରୁ ଉକôର୍ଷତାର ପ୍ରମାଣପତ୍ର ଗ୍ରହଣ କରିଥିଲେ ।