ବଜାର ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ବ୍ୟବସାୟୀ ସଂଘର ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ଅନୁମୋଦନକ୍ରମେ ଏଥିରେ ଉପସଭାପତି ଭାବେ ବଳରାମ ସାହୁ ଓ ଜ୍ୟୋତିରଂଜନ ସାହୁ ରହିଥିବାବେଳେ ସମ୍ପାଦକ ଭାବେ ଜୀବନାନନ୍ଦ ଦାଶ, ସହ ସମ୍ପାଦକ ଭାବେ ଗଗନବିହାରୀ ବରାଳ, ଯୁଗ୍ମ ସମ୍ପାଦକ ଭାବେ ମନମୋହନ ଓଝା ଓ କରୁଣାକର ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ଗୁରୁଚରଣ ନାୟକ, କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ସାହୁ, ସହ କୋଷାଧ୍ୟକ୍ଷ ଭାବେ ବଂଶୀଧର ସାମଲ, ହିସାବ ନିରୀକ୍ଷକ ଭାବେ ଅଜୟ କୁମାର ସ୍ୱାଇଁ ସହ ହିସାବ ନିରୀକ୍ଷକ ଭାବେ ବିଶ୍ୱଜିତ୍ ରାଉତ ପ୍ରମୁଖଙ୍କୁ ମନୋନୟନ କରାଯାଇଛି । ଏହାଛଡ଼ା ଅଭିରାମ ସାହୁ, ଲକ୍ଷ୍ମଣ ଦାସ, ନରୋତ୍ତମ ବାରିକ, କୈଳାସ ଚନ୍ଦ୍ର ସାହୁ, ସୁକାନ୍ତ ବେହେରା, କେଦାରଚନ୍ଦ୍ର ସାଥୁଆ, ନଗେନ୍ଦ୍ର ବାରିକ, ସତ୍ୟଜିତ୍ ମହାପାତ୍ର, ଦିଲ୍ଲୀପ କୁମାର ସାହୁ, ବିଜୟ କୁମାର ସ୍ୱାଇଁ, ବିରେନ୍ଦ୍ର ପତି, ରଂଜନ କୁମାର ଦାସ, ସନ୍ତୋଷ କୁମାର ରାଉତ, ରବିନ୍ଦ୍ର କୁମାର ରାଉତ, ରମେଶ ଚନ୍ଦ୍ର ସାହୁ, ଅବଦୁଲ ରକିବ୍ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଏହି ସଂଘରେ ମୁଖ୍ୟ ଉପଦେଷ୍ଟା ଭାବେ ଡ଼ଃ.ଦେବ୍ ମହାନ୍ତିଙ୍କୁ ରଖାଯାଇଥିଲା ବେଳେ ଅଶୋକ କୁମାର ଓଝା ଓ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ରାଉତ ଉପଦେଷ୍ଟା, ସହଯୋଗୀ ସଦସ୍ୟ ଭାବେ ମା’ ବେଲେଶ୍ୱରୀ ଉନ୍ନୟନ କମିଟିର ଉପସପାପତି ନାଏବ ଭୋଇ, ବ୍ଲକ ଛକ ପୂଜା କମିଟି ସହ ସଂପାଦକ ହରେକୃଷ୍ଣ ରାଉତ, ମହାବୀର କ୍ଲବ ସଂପାଦକ ସନ୍ତୋଷ କୁମାର ଦାସ, ମହାବୀର ଡ୍ରାମାଟିକ୍ କ୍ଲବ ସଭାପତି କଳ୍ପତରୁ ସେଠୀ, ପୂର୍ବତନ ବ୍ୟବସାୟୀ ରଂଜନ କୁମାର ଜେନା ରହିଥିବା ସମ୍ପାଦକ ଜୀବନାନନ୍ଦ ଦାଶ ପ୍ରକାଶ କରିଛନ୍ତି । ବଜାର ବ୍ୟବସାୟୀ ସଂଘକୁ ମନୋନୟନ ହୋଇଥିବା ଉକ୍ତ କମିଟିର କର୍ମକର୍ତ୍ତାମାନେ ବ୍ୟବସାୟୀମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ଗ୍ରାହକମାନଙ୍କୁ ଶୃଙ୍ଖଳିତ ଭାବେ ସେମାନଙ୍କ ବଜାର ସଉଦା କରିବାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି ।