ଯୁବକଙ୍କ ମୃତଦେହ ଉଦ୍ଧାର
ଦାନଗଦୀ: ଏହି ଫାଣ୍ଡି ଅନ୍ତର୍ଗତ ଦାନଗଦୀ ଗ୍ରାମରେ ଝରକାରେ ରଶି ଲଗାଇ ଯୁବକର ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁବାର ଦିନତମାମ ଯୁବକ ଜଣଙ୍କ ବହୁ ସମୟ ଧରି ଘର ବନ୍ଦ ଥିବାବେଳେ ସ୍ଥାନୀୟ ପଡୋଶୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ତ୍ରିଜଙ୍ଗା ସରପଂଚଙ୍କ ଉପସ୍ଥିତିର କବାଟ ଭାଙ୍ଗି ଘର ଭିତରେ ଯୁବକଙ୍କ ଝରକା ପାଖରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା । ଖବର ମୁତାବକ ଯୁବକ ଜଣଙ୍କ ଘର ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଶନ୍ଧିକୁଳ ଗ୍ରାମର ସତ୍ୟବାନ ମହାଳିକ (୩୪) ହୋଇଥିବା ବେଳେ ସେ ଏଠାକାର ଭୀମ ସାହୁଙ୍କ ଘରେ ଭଡାରେ ରହୁଥିଲେ । ଯୁବକ ଜଣଙ୍କ କଳିଙ୍ଗନଗରର ଏକ ଶିଳ୍ପର କାମ କରୁଥିଲେ ବୋଲି ଜଣାପଡ଼ିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଫାଣ୍ଡି ପୁଲିସ ସାଇଂଟିଫିକ ଟିମକୁ ସାଙ୍ଗରେ ଧରି ତଦନ୍ତ କରିଥିଲା । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।