ମକର ସଂକ୍ରାନ୍ତି ଉତ୍ସବ ପାଳିତ
ବ୍ୟାସନଗର: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ବ୍ୟାସନଗର ଛତ୍ରପତି ଶିବାଜି ଶାଖା ତରଫରୁ ମକର ସଂକ୍ରାନ୍ତି ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଣ୍ଡମାଳ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଙ୍ଗିକ ଗୀତ, ଧ୍ୱଜା ରୋପଣ,ପ୍ରଦୀପ ପ୍ରଜ୍ୱଳନ, ଅତିଥି ପରିଚୟ, ଅମୃତ ବଚନ ଓ ବ୍ୟକ୍ତିଗତ ସଂଗୀତ ଗାନ କରାଯାଇଥିଲା । ସଂଘ ବରିଷ୍ଠ ସ୍ୱୟଂସେବକ ସତ୍ୟବ୍ରତ ପୃଷ୍ଟି ଯୋଗଦେଇ ମକର ସଂକ୍ରାନ୍ତି ପରିବର୍ତନର ପର୍ବ । ପାଶ୍ଚାତ୍ୟ ବିଚାରଧାରା ଓ ଭାରତୀୟ ବିଚାରଧାରା ମଧ୍ୟରେ ଥିବା ଗଭୀର ପାର୍ଥକ୍ୟ ସମ୍ପର୍କରେ ଅବଗତ କରି ଶ୍ରୀ ପୃଷ୍ଟି କହିଲେ ଯେ, ଭାରତ ହିଁ ଏକମାତ୍ର ଦେଶ ଯିଏ ବିଶ୍ୱକୁ ସୁଖ ଶାନ୍ତି ପ୍ରଦାନ କରିବାକୁ ସକ୍ଷମ ଏବଂ ତାହା ମଧ୍ୟ ଦିନକୁ ଦିନ ପ୍ରମାଣିତ ହେବାରେ ଲାଗିଛି । ବରିଷ୍ଠ କାର୍ଯ୍ୟକର୍ତା ଦିଲ୍ଲୀପ କୁମାର ଜେନା ଓ ଜ୍ଞାନରଞ୍ଜନ ରାଉତ, ବୀର କିଶୋର ସାହୁ, ହେମନ୍ତ ସାହୁ, ଦୀପଙ୍କର ପରିଡ଼ା, ଅମିତ ମହାନ୍ତି, ସୁଶୀଲ ଧର, ତପନ ସାହୁ, ଶୁଭକାନ୍ତ ବେହେରା, ସୁଧାଂଶୁ ଶେଖର ମଲ୍ଲ, ପ୍ରମୋଦ ରାଉତ, ଆଶିଷ ମଲ୍ଲ, ବିଭୂତି ଭୂଷଣ ସାହୁ, ସୁବ୍ରତ ସାମଲ, ଶ୍ରୀପତି ଦାଶ, ସନ୍ତୋଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ରନାଥ ପାଣିଗ୍ରାହୀ, ସରୋଜ ଦେ, ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନ, ପ୍ରଫୁଲ୍ଲ କୁମାର ନାୟକ, ସୁରେନ୍ଦ୍ର ନାଏକ, ସୁଶାନ୍ତ ଜେନା, ବନମାଳୀ ଦାସ, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଯୋଗ ପ୍ରଶିକ୍ଷକ ବଟକୃଷ୍ଣ ପ୍ରଧାନ, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଇଂ. ଦିଗନ୍ତ ରାଉତ, ଡ. ଅକ୍ଷୟ ପଣ୍ଡା, ପରିକ୍ଷିତ ଜେନା, ସୁଦର୍ଶନ ପୃଷ୍ଟି, ପ୍ରତାପ ବିଶ୍ୱାଳ, ସତ୍ୟଜିତ ଶତପଥୀ, ଅକ୍ଷୟ ଦେଓ, ଆଇନଜୀବୀ ଅନନ୍ତ କର, ଦେବାଶିଷ ଦାସ, ପ୍ରତାପ ରାଉତ ପ୍ରମୁଖ ଯୋଗଦେଇଥିଲେ ।