ବଜାରରୁ ଯୁବକର ମୃତ ଦେହ ଉଦ୍ଧାର
କୁଆଖିଆ : ବଜାର ନିକଟରୁ ଜଣେ ଯୁବକର ମୃତ ଦେହକୁ କୁଆଖିଆ ଥାନା ପୁଲିସ୍ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଆଜି ଦିନ ୧.୩୦ ସମୟରେ କୁଆଖିଆ ବଜାର ଓଭରବ୍ରିଜ୍ର ଟ୍ୟାକ୍ସି ଷ୍ଟାଣ୍ଡ୍ ନିକଟରେ ଅଜଣା ଯୁବକର ମୃତ ଦେହ ପଡିଥିବା ନେଇ ପୁଲିସ୍ ଖବର ପାଇଥିଲା । ଘଟଣା ସ୍ଥଳରେ ପୁଲିସ୍ ପହଁଚି ମୃତ ଯୁବକର ଶବକୁ ଜବତ୍ କରି ତା ନିକଟରେ ଥିବା ଏକ ଫୋନ୍ ନମ୍ବରରୁ ଯୁବକର ଘର ମୟୂରଭଞ୍ଜ ଜିଲା ଜାମଡା ଥାନା ଅନ୍ତର୍ଗତ ମହେଶ କୁଦା ଗ୍ରାମର ଲିସୁ ଦିଗିର ପୁଅ ମହେଶ୍ୱର(୩୦)ବୋଲି ଜଣାପଡିଥିଲା । ପୁଲିସ ମୃତ ଯୁବକର ଘର ଲୋକଙ୍କ ସହ ଯୋଗଯୋଗ କରିବା ସହିତ ଶବକୁ ପୋଷ୍ଟମଟମ୍ ନିମନ୍ତେ ନିକଟସ୍ଥ ଧର୍ମଶାଳା ମେଡ଼ିକାଲକୁ ପଠାଇଛନ୍ତି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ଘର ଲୋକଙ୍କ ପକ୍ଷରୁ ଥାନାରେ କୈାଣସି ଅଭିଯୋଗ ହୋଇ ନଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଅପରପକ୍ଷରେ ମୃତ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରି ଆତ୍ମହତ୍ୟା କରିଥାଇ ପାରେ ବୋଲି ସେଠାକାର ସିସିଟିଭି ଫୁଟେଜ୍ ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନରୁ ପୁଲିସ୍ ସନେ୍ଦହ କରୁଛି । ତେବେ ପୋଷ୍ଟମଟମ୍ ରିପୋର୍ଟରୁ ଏହାର ସଠିକ୍ ତଥ୍ୟ ଜଣାପଡିବାକୁ ଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛନ୍ତି ।