ମାଲିକଙ୍କୁ ବୀଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ ଉଦ୍ଧାର ଟଙ୍କା ମାଗିବାରୁ ପଥରରେ ଛେଚି କରିଥିଲେ ହତ୍ୟା 

ବ୍ୟାସନଗର/ଦାନଗଦୀ:  ଦୁଇଦିନ ତଳେ ଜଣେ ଯୁବ ଷ୍ଟୁଡ଼ିଓ ମାଲିକଙ୍କୁ କରାଯାଇଥିବା ବିଭସô ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଯାଜପୁର ରୋଡ଼ ପୁଲିସ । ୨୪ଘଂଟା ମଧ୍ୟରେ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଅଭିଯୁୂକ୍ତଙ୍କୁ ଗିରଫ କରି ପୁଲିସ ଥାନା ମାମଲା ନଂ୭୦/୨୫ରେ କୋର୍ଟ ଚାଲାଣ କରିଛି । ଏସପି ୟସ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ କରୁଥିବା ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ସହକର୍ମୀ ହତ୍ୟାକାଣ୍ଡ ସ୍ତଳ ଏବଂ ପାରିପାଶ୍ୱିର୍କ ଅଂଚଳରେ ବ୍ୟାପକ ଛାନବିନ କରିବା ପରେ ଅଭିଯୁକ୍ତଙ୍କୁ ରାଡ଼ାର ଭିତରକୁ ନେଇଥିଲେ । ଷ୍ଟୁଡ଼ିଓ ମାଲିକ ସୋବରା ଗ୍ରାମର ଧରଣୀ ସାହୁଙ୍କ ସାନ ପୁଅ ଦୀପକ(୨୩)କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ନୁହେଁ ପଥରରେ ଛେଚି ହତ୍ୟା କରାଯାଇଥିବା  ପୁଲିସ କହିଛି । ହତ୍ୟାକାଣ୍ଡ ସଂପର୍କରେ ଯାଜପୁର ରୋଡ଼ ଥାନାରେ ଗଣମାଧ୍ୟମକୁ ସୂଚନା ଦେଇ ଏସପି କହିଛନ୍ତି କି ଦୀପକକୁ ତା ପାଖରେ ପୂର୍ବରୁ କାମ କରୁଥିବା ଦୁଇ କର୍ମଚାରୀ ହିଁ ହତ୍ୟା କରିଥିଲେ । ଉଦ୍ଧାର ଟଙ୍କା ମାଗିବା ଏବଂ ତାହାକୁ ନେଇ ହାତାପାଇ ଘଟଣା ପରେ ଅଭିଯୁକ୍ତ ସୋବରା ଗ୍ର୍ରାମର ଲଛମନ କବିଙ୍କ ପୁଅ ଶ୍ରୀଧର(୨୩) ଓ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପୁରୁଣାବାନ୍ଧଗଡ଼ା ଗ୍ରାମର ଜୟନ୍ତ କୁମାର ପଟ୍ଟନାୟକଙ୍କ ପୁଅ ବିଶ୍ୱରଂଜନ(୨୩) ୮ତାରିଖ ରାତିରେ ଦୀପକକୁ ଅଧରାତିରେ ହତ୍ୟା କରିଥିଲେ । ଏସପିଙ୍କ ସୂଚନା ମତେ ଶ୍ରୀଧର ଏବଂ ବିଶ୍ୱରଂଜନ ଉଭୟ ଦୀପକଙ୍କ ଖୋସାଲପୁରରୁ ରାଣୀପଡ଼ା ଯିବା ରାସ୍ତା କଡ଼ରେ ଥିବା ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଗଲା କିଛି ମାସ ତଳେ ବିଶ୍ୱରଂଜନରେ କୈାଣସି ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀଧର ବାହାରିଯାଇ ନିଜଘରେ ସମାନ ବ୍ୟବସାୟ ଆରମ୍ଭ କରିଥିଲା । ପ୍ରଥମେ ବ୍ୟବସାୟ ଓ ପରେ ପଇସାକୁ ନେଇ ଝାନିଝଗଡ଼ା ହୋଇଥିଲା । ଗତ ୮ ତାରିଖ ଦିନ ବିଶ୍ୱରଂଜନ ସହ ଉଦ୍ଧାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସେହିପରି ପୂର୍ବରୁ ଦୀପକର ଶ୍ରୀଧର ସହ ଉଦ୍ଧାର ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା । ପୈାରାଂଚଳର ଚୋରଦା ଛକରେ ଦୀପକ ଶ୍ରୀଧରକୁ ଚାପୁଡ଼ା ମାରିଥିଲା । ସେହିଦିନରୁ ଶ୍ରୀଧର ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲା । ଉଭୟ ଶ୍ରୀଧର ଓ ବିଶ୍ୱରଂଜନ ଦୀପକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ  ଯୋଜନା ପ୍ରସ୍ତୁତ କରିଥିଲେ । ଉଭୟ ଶ୍ରୀଧର ଓ ବିଶ୍ୱରଂଜନ ୮ତାରିଖ ରାତି ୧୨ଟାରେ ଦୀପକ ଷ୍ଟୁଡ଼ିଓ ସମ୍ମୁଖରେ ପହଁଚି ତାକୁ ଫୋନ କରିଥିଲେ । ଷ୍ଟୁଡ଼ିଓରେ ଶୋଇଥିବା ଦୀପକ କବାଟ ଖୋଲିବା କ୍ଷଣି ଶ୍ରୀଧର ଏବଂ ବିଶ୍ୱରଂଜନ ଆକ୍ରମଣ କରିଥିଲେ । ଶ୍ରୀଧର ଦିପକର ଗୋଡ଼କୁ ବିଦୁ୍ୟତତାରରେ ବାନ୍ଧି ପକାଇବା ପରେ ବିଶ୍ୱରଂଜନ ଏକ ସ୍ଲାଗ ପଥରରେ ତା ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲା । ଯାହା ଫଳରେ ଦୀପକର ମୃତୁ୍ୟ ଘଟିଥିଲା । ପରେ ଉଭୟ ବିଶ୍ୱରଂଜନ ଏବଂ ଶ୍ରୀଧର ଷ୍ଟୁଡ଼ିଓରେ ଥିବା ଲକ୍ଷାଧିକ ଟଙ୍କାର ଷ୍ଟୁଡ଼ିଓ ସାମଗ୍ରୀ ସହ ମୋବାଇଲ ନେଇ ଚମ୍ପଟ ମାରିଥିଲେ । ହତ୍ୟା ଘଟଣାକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ କରିବା ବେଳେ ଦୀପକର ଫୋନକୁ କିଏ କଲ କରିଥିଲା, ତାର ସିଡ଼ିଆର ରିପୋର୍ଟ ବାହାର କରିଥିଲା । ଦୀପକକୁ ଶ୍ରୀଧର ରାତି ୧୨ଟାରେ ଫୋନ କରିଥିବା ଜାଣିବା ପରେ ପୁଲିସ ସନେ୍ଦହ ଘେର ଭିତରକୁ ଆସିଯାଇଥିଲା । ପୁଲିସ ନିକଟପାଖ ଏବଂ ସୋବରା ଗାଁରେ ଲାଗିଥିବା ସିସି ଟିଭି ଫୁଟେଜ ଯାଂଚ କରିବା ପରେ ଶ୍ରୀଧର ଏବଂ ବିଶ୍ୱରଂଜନ ବାଇକରେ ଏପାଖ ସେପାଖ ହେଉଥିବା ଜାଣିବାକୁ ପାଇଥିଲା । ତଥାପି ପୁଲିସ ଶତପ୍ରତିଶତ ପ୍ରମାଣ ହାସଲ କରିବାକୁ ଶ୍ରୀଧର ଘରକୁ ଗ୍ରାହକ ହିସାବରେ ଜଣେ ପୁଲିସ କର୍ମଚାରୀଙ୍କୁ ପଠାଇ ତାର ମୋବାଇଲି ନଂ ସଂଗ୍ରହକରିଥିଲା ଦୀପକକୁ ଯାଇଥିବା ଶେଷ କଲ ଶ୍ରୀଧରର ହିଁ ଥିଲା ବୋଲି ସ୍ପଷ୍ଟ ହେବା ପରେ ବାହାରେ ଛକିରହିଥିବା ପୁଲିସ କାବୁ କରି ଉଠାଇ ଆଣିଥିଲା । ପଚରା ଉଚରା ପରେ ପୁଲିିସ ଭୁବନେଶ୍ୱର ଫେରାର ହୋଇଯାଇଥିବା ବିଶ୍ୱରଂଜନକୁ ଗିରଫ କରିଥିଲା । ପୁଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି କ୍ରାଇମ ରି-କ୍ରିଏସନ କରିବା ବେଳେ ଘର ପାଖରୁ ଛେଚି ହତ୍ୟା କରିଥିବା ପଥରକୁ ଜବଦ କରିଥିଲା । ଶ୍ରୀଧର ଠାରୁ ପୁଲିସ ବାଇକ, ସୁନା ମୁଦି, ୩ଟା ମୋବାଇଲ ଓ ଭିଡ଼ିଓ ସୁଟିଂ ପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବଦ କରିଥିଲା ।