ଦମ୍ପତ୍ତିଙ୍କ ମୃତଦେହ ମିଳିଲା
ନବରଙ୍ଗପୁର ଜିଲା ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗାଁରେ ଏକ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ମୁତାବକ, ଘରର ପଛପଟ ଏକ ଗଛରେ ସ୍ବାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଘର ଭିତରେ ସ୍ତ୍ରୀଙ୍କ ମୃତଦେହ ପଡି ରହିଛି। ଅନ୍ୟପକ୍ଷେ ମହିଳାଙ୍କ ମୁଣ୍ଡରେ ରକ୍ତ ଦାଗ ରହିଛି। କେଉଁ ପରିସ୍ଥିତିରେ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।