ଚଳନ୍ତା କାରରେ ଲାଗିଲା ନିଆଁ

 ନବରଙ୍ଗପୁର  : ନବରଙ୍ଗପୁର ଜିଲ୍ଲା ଡାବୁଗାଁ - ଉମରକୋଟ ମୁଖ୍ୟରାସ୍ତା ରାଜ୍ୟ ରାଜପଥ -୩୯ ଉପରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ମଙ୍ଗଳବାର ସକାଳ ସମୟରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା  । କାରରେ ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ  । ସୁଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ବଡପଡ଼ା ଗ୍ରାମର ବିନୋଦଙ୍କ ଜ୍ୱାଇଁ ଶିବ ସୁନା  ବିନୋଦଙ୍କ କାର ନଂ ଓଡ଼ି ୦୮ଭି ୩୮୧୬ ଯୋଗେ କୌଣସି କାମରେ ରାଇଘର ଯାଇ ନବରଙ୍ଗପୁର ଫେରୁଥିବା ସମୟରେ  ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡିକୁ ପଛପଟୁ ଧକ୍କା ଦେଇଥିଲେ, ଫଳରେ କାରରେ ନିଆଁ ଲାଗିଥିଲା  । ନିଆଁ ଲାଗିବା ଦେଖି କାର ଚଳାଉଥିବା  ଶିବ କାରରୁ ବହାରିଆସିଥିଲେ  । ପରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଘଟଣା ସ୍ଥଳରେ ପୁଲିସ ଯାଇ ତଦନ୍ତ କରିଥିବା ଜଣା ପଡିଛି  । ପୁଲିସ ଡ୍ରାଇଭରକୁ ଥାନାରେ ପଚରା ଉଚରା କରୁଛି  ।