ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା: ୯୦୭ ରୋଗୀଙ୍କ ସ୍କ୍ରିନିଂ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାରେ ୩ ଦିନ ଧରି ମୋଟ ୯୦୭ ଜଣ ରୋଗୀଙ୍କ ସ୍କ୍ରିନିଂ କରାଯାଇଛି । ବୁଧବାର ୨୦୩ ଜଣ, ଗତକାଲି ୪୧୪ ଜଣ ଓ ୭ ତାରିଖରେ ୨୯୦ ଜଣ ଏଭଳି ମୋଟ ୯୦୭ ରୋଗୀଙ୍କ ସ୍କ୍ରିନିଂ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୪୭ ଜଣଙ୍କର ଇକୋ, ୭ ଜଣଙ୍କୁ ଏଣ୍ଡୋସ୍କୋପି, ୭୧ ଜଣଙ୍କର ଏକ୍ସରେ, ୧୬୦ ଜଣଙ୍କର ଲ୍ୟାବ୍ ଟେଷ୍ଟ, ୮୭ ଜଣଙ୍କ ଇସିଜି କରାଯାଇଛି । ସେହିଭଳି ମେଡିସିନରେ ୪୪ ଜଣ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ୧୭୮, ଏଣ୍ଡୋକ୍ରାଇନୋଲୋଜିରେ ୬୨, କାର୍ଡିଓଲୋଜିରେ ୧୩୩, ୟୁରୋଲୋଜିରେ ୮୩, ନୁ୍ୟରୋଲଜିରେ ୩୨୭, ନେଫ୍ରୋଲୋଜିରେ ୮୦, ପୂର୍ବ ରୋଗୀ ୬୯ ଜଣଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି । ଏସ୍ସିବିର ଅସୋସିଏଟେ ପ୍ରଫେସର ୟୁରୋଲଜି ଡଃ ସବ୍ୟସାଚୀ ପଣ୍ଡା କାର୍ଡିଓଲୋଜି ବିଭାଗ ଡାକ୍ତର ଯଶୋବନ୍ତ ବେହେରା, ନେଫ୍ରୋଲୋଜିର ଆସୋସିଏଟ୍ ପ୍ରଫେସର ଡ.ଅରୁଣା ଅଚାର୍ଯ୍ୟ, ଆସିଷ୍ଟାଣ୍ଟ ପ୍ରଫେସର ନୁ୍ୟରୋଲୋଜିର ଡ.ନିହାର ରଂଜନ ବିଶ୍ୱାଳ, ଆସିଷ୍ଟାଣ୍ଟ ପ୍ରଫେସର ଡ.ଦେବଚରଣ ଜେନା ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
