କରେଣ୍ଟ ଲାଗି ଚାଲିଗଲା ମାଆ ପୁଅଙ୍କ ଜୀବନ
ବିଦ୍ୟୁତ କରେଣ୍ଟ ଲାଗି ଚାଲିଗଲା ମା- ପୁଅଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଳରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ କଳ୍ପନା ମହାକୁଡ଼ ଓ ତାଙ୍କ ଅଢ଼େଇ ବର୍ଷର ପୁଅ ଶୁଭ୍ରଜିତ ବେହେରା । ଘର ଆଗରେ ଥିବା ଏକ ବିଦ୍ୟୁତ ତାରରେ କଳ୍ପନା ଲୁଗା ଶୁଖାଉଥିଲେ । ଏହି ସମୟରେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ମା’ ପୁଅ । ଦେଖୁ ଦେଖୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମା’ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜେଜେମା’ ଶାନ୍ତିଲତା ବେହେରା ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।