ପଦାର୍ଥ ବିଜ୍ଞାନ ବିଭାଗର ସେମିନାର ଉଦଘାଟନ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସେମିନାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ପ୍ରଦୀପ କୁମାର ଧଳ ସଭାପତିତ୍ୱରେ ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ନାରାୟଣ ମିଶ୍ର, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ପଦାର୍ଥ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଅଧ୍ୟାପକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିଷେକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧ୍ୟାପକ ଡ଼କ୍ଟର ଶକ୍ତିପ୍ରସାଦ ମହାପାତ୍ର, ବିଶ୍ୱଜିତ ରାଉତ, ଦିବ୍ୟାଲୋଚନ ସାହୁ, ପ୍ରଭାତ ସେଠୀ ଏବଂ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।