୧୨ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ାା ପ୍ରଭାନୁ୍ୟଜ ।ା ଭଦ୍ରକ: ଭଦ୍ରକ ଜିଲ୍ଲା ହିନ୍ଦୁ ସ୍ୱାଭିମାନ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସୀତାରାମ ମଣ୍ଡପ ଠାରେ ଆୟୋଜନ କରାଯାଇଅଛି । ହିନ୍ଦୁ ସମାଜ ଉପରେ ବାରମ୍ବାର ମୁସଲମାନ ଆକ୍ରମଣ ଓ ପ୍ରଶାସନର ଅବହେଳା ଯୋଗୁଁ ଅତିଷ୍ଠ ହିନ୍ଦୁ ସମାଜ ଓ ହିନ୍ଦୁ ସଂଗଠନ ବିଶାଳ ସଂଖ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ । ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ସଂଗଠକମାନେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଜଣାଇଥିଲେଯେ ଭଦ୍ରକରେ ବିଗତ କିଛି ମାସ ହେବ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଧାମନଗର ଅରୁଣବଜାରରେ ହିନ୍ଦୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହେଲା । ଅଭିଯୋଗ ପରେ ଗିରିଫଦାରୀ ହେଲା କିନ୍ତୁ ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା ନାହିଁ । ଭଦ୍ରକ ଗୁଜିଦରଡ଼ାରେ ସମାନ୍ୟ ବିଷୟକୁ କେନ୍ଦ୍ର କରି ଜଣେ ନାବାଳକକୁ ଆକ୍ରମଣ ହେଲା, ପିଲାଟିର ମା, ଭଉଣୀ ଅଟକାଇବାକୁ ଯାଇ ମାଡ଼ ଖାଇଲେ । ଭଉଣୀ ଘଟଣାକୁ ନିଜ ମୋବାଇଲ୍ରେ ରେକର୍ଡ଼ିଙ୍ଗ କରୁଥିବାରୁ ତାକୁ ମାଡ଼ ମାରି ମୋବାଇଲ ଛଡ଼େଇ ନେଇଗଲେ । ସାତଦିନ ପରେ ଲକ୍ (ବନ୍ଧ)ଥିବା ମୋବାଇଲକୁ ଫର୍ମାଟ କରି, ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରି ପୁଲିସଙ୍କୁ ଦିଆଗଲା । ଘଟଣାର କିଛି ଅଂଶର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ଏକମାସ ପରେ ବି ଅଭିଯୁକ୍ତକୁ ପୁଲିସ ବିଭିନ୍ନ ଆଳରେ ଗିରଫ କରିବାକୁ ଅମଙ୍ଗ । ଗତ ସେପ୍ଟେମ୍ବର ୨୭ ତାରିଖରେ ସୋସିଆଲ ମିଡ଼ିଆରେ ଧାର୍ମିକ ଆକ୍ଷେପ ବିଷୟକୁ ନେଇ ମୁସଲମାନ ସମୁଦାୟର ଶୋଭାଯାତ୍ରାରେ ପୁଲିସ ଉପରେ ଆକ୍ରମଣ ଓ ସରକାରୀ ଯାନ ଭଙ୍ଗା ଘଟଣା ଭାରତର ଗଣତାନ୍ତ୍ରିକ, ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆକ୍ରମଣ ନୁହେଁ କି? ପୁଲିସ ଅଧିକାରୀମାନେ ଆହତ ହେଲେ କିନ୍ତୁ ମୁଖ୍ୟ ଅଭିଯୁକ୍ତମାନେ ଗିରଫ ହେଲେ ନାହିଁ । ବାଙ୍କା ବଜାରର କୋରୁଆ ସାହିରେ ଅନୁସୂଚିତ ଜାତିର ମହିଳାଙ୍କ ସମେତ ପରିବାର ଉପରେ ଆକ୍ରମଣ ହେଲା, ପୁଲିସର ବିଳମ୍ବିତ ପଦକ୍ଷେପ ଯୋଗୁଁ ଜଣକୁ ଛାଡ଼ି ଅନ୍ୟ ଅଭିଯୁକ୍ତ ଖସିଗଲେ ।
ପୂର୍ବରୁ ପାଳିଆବିନ୍ଧାରେ ଗଣେଶ ପୂଜା ଭସାଣି ହିନ୍ଦୁମାନଙ୍କୁ ମରଣାନ୍ତକ ଆକ୍ରମଣ ହେଲା । ଚଳିତ ବର୍ଷ ରାମନବମୀ ଶୋଭାଯାତ୍ରାକରୀଙ୍କ ଉପରେ ଦୁଇଦୁଇ ଥର ପଥର ଆକ୍ରମଣ ହେଲା, ଅଭିଯୋଗ ପରେ ମାତ୍ର ୩ଜଣ ନାବାଳକ ଗିରଫ ହେଲେ ।
ଏମିତି ଆହୁରି ଅନେକ ଘଟଣା ଘଟି ଯାଇଅଛି, ସବୁଥିରେ ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇ ନାହିଁ କିମ୍ବା ଖସି ଯାଉଛି । ହିନ୍ଦୁ ସଂଗଠନଗୁଡ଼ିକ ତରଫରୁ ଏହି ସମସ୍ତ ବିଷୟରେ ଥାନାରେ, ପରେ ଆରକ୍ଷୀ ଅଧିକ୍ଷକ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରାଗଲା, ଦାବୀପତ୍ର ଦିଆଗଲା, ଜିଲ୍ଲାପାଳ ପ୍ରତିଶୃତି ଦେଲେ ହେଲେ ତାହା କାର୍ଯ୍ୟକାରୀ ହେଲା ନାହିଁ । ହିନ୍ଦୁମାନଙ୍କୁ ନ୍ୟାୟ ମିଳିଲା ନାହିଁ । ପ୍ରଶାସନର ସ୍ଥାଣୁତା ପାଇଁ ଅପରାଧୀ ପ୍ରସôାହନ ପାଉଛି ଓ ହିନ୍ଦୁମାନଙ୍କୁ ଆକ୍ରମଣ ବଢ଼ି ବଢ଼ି ଚାଲିଛି । ଆଜି ହିନ୍ଦୁ ସମାଜକୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରାଗଲା । ଏଥିପାଇଁ ଚଳିତ ନଭେମ୍ବର ୧୨ ତାରିଖ ମଙ୍ଗଳବାର ସକାଳେ ବିଶାଳ ଜନସମୁହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ । ସେଥିରେ ଭଦ୍ରକର ସମସ୍ତ ହିନ୍ଦୁ ସଂଗଠନ, ସାମାଜିକ ସଂଗଠନ, ସମସ୍ତ ସନ୍ଥ ଯୋଗ ଦେବା ସହ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନସ ରଞ୍ଜନ ମହାନ୍ତି, ବିଭୂଚନ୍ଦନ ଜେନା, ସ୍ୱାଧୀନ ସୁନ୍ଦର ଦାସ, ମଧୁସ୍ମିତା ମହାପାତ୍ର ପ୍ରମୁଖ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନରୁ ବସନ୍ତ ରାଉତ, ତପନ ମହାନ୍ତି, ସଂଜୀବ ଦାସ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଶାନ୍ତ କୁମାର ସାହୁ, ଶିବଶଙ୍କର ଦାଶ, ଧିରେନ ନାୟକ, ଆଶୀଷ ବାରିକ୍, ଜ୍ୟୋତିରଂଜନ ସାହୁ , ଆକାଶ ପଣ୍ଡା ଓ ମାନଗୋବିନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସୁ୍ୟକୁଟର ରାଜିବ କୁମାର ମହାନ୍ତି ପରିଚାଳନା କରିଥିଲେ ।