ଡାକ୍ତର ଅଭାବ, ରୋଗୀସେବା ବିପର୍ଯ୍ୟସ୍ତ
ନବରଙ୍ଗପୁର : ଜାତୀୟ ମାନଚିତ୍ରରେ ସବୁଠାରୁ ପଛରେ ପଡ଼ିଥିବା ଆଦିବାସୀ ଅଧ୍ୟୁଷିତ ପଛୁଆ ନବରଙ୍ଗପୁର ଜିଲ୍ଲାରେ ଆବଶ୍ୟକ ଅନୁସାରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଥିଲାବାଲା ପଡୋଶୀ ରାଜ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ନ ଥିଲାବାଲା ପରିବାରର ରୋଗୀ ଭଗବାନଙ୍କ ଭରସା କରୁଛନ୍ତି । ଡାକ୍ତରଖାନାକୁ କାଟାଗୋରୀ କେଁ ପାଇଁ ଜିଲ୍ଲାରେ ଡାକ୍ତର ମରୁଡି ହେବାରେ ଲାଗିଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଡାକ୍ତରଙ୍କ ଦରମାରେ ବଡ଼ ଅସଙ୍ଗତି ରହିଛ । ପଡୋଶୀ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ମୋଟା ଅଙ୍କର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି । ନିଯୁକ୍ତି ପରେ ଡାକ୍ତରମାନେ ବଦଳି ହେବାକୁ ପସନ୍ଦ କରୁଛନ୍ତି ଅଥବା ଲମ୍ବା ଛୁଟିରେ ଯିବା ପରେ ଆଉ ଫେରୁନାହାନ୍ତି ।
ଗତ ୨୦୧୫ ମସିହାରେ ତତ୍କାଳୀନ ସରକାର ରାଜ୍ୟରେ ଥିବା ଡାକ୍ତରଖାନା ଗୁଡିକର ବର୍ଗୀକରଣ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନୋଟିଫିକେସନ ସଂଖ୍ୟା ୧୩୦୫୩ତା ୯.୬.୨୦୧୫ ଅନୁଯାୟୀ ଉପକୂଳ ଜିଲ୍ଲାମାନଙ୍କରେ ଥିବା ଡାକ୍ତରଖାନା ଗୁଡିକୁ ଭି-୦ ବର୍ଗରେ ରଖାଯାଇଥିବା ବେଳେ ବଳକା ଜିଲ୍ଲାର ଡାକ୍ତରଖାନା ଗୁଡିକୁ ଭି -୧, ଭି -୨, ଭି -୩ ଓ ଭି -୪ ବର୍ଗରେ ବର୍ଗିକରଣ କରାଯାଇଛି । ନିୟମ ଅନୁସାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଭି-୧ ଅଞ୍ଚଳରେ ୫ ହଜାର, ଭି -୨ ରେ ୧୦ ହଜାର, ଭି-୩ରେ ୧୫ ହଜାର ଓ ଭି -୪ରେ ୨୦ ହଜାର ଟଙ୍କା ବେତନ ପରେ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇବେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ପାଇଁ ଯଥାକ୍ରମେ ଏହି ରାଶି ୧୦, ୨୦, ୩୦ ଓ ୪୦ ହଜାର ରହିଛି । ଏଥିସହିତ ଉଚ୍ଚଶିକ୍ଷା ଅର୍ଥାତ୍ ସ୍ମାରକୋତ୍ତର ପାଠ୍ୟକ୍ରମ ନିମନ୍ତେ ଅଗ୍ରାଧିକାର ବ୍ୟବସ୍ଥା ରହିଛି । ତେବେ ପରିତାପର ବିଷୟ ଜିଲ୍ଲାରେ ମାତ୍ର ୨ଟି ଡାକ୍ତରଖାନାକୁ ଭି -୧ ଓ ୨୮ ଟି ଡାକ୍ତରଖାନାକୁ ଭି -୨ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିଭଳି ୨୦ ଡାକ୍ତରଖାନା ଭି -୩ ଓ ମାତ୍ର ୨ଟି ଡାକ୍ତରଖାନା ଭି-୪ ବର୍ଗ ଅନ୍ତର୍ଭୁକ୍ତ କରାଯାଇଛି । ଯାହାକୁ ନେଇ ଡାକ୍ତରମାନଙ୍କ ଅତିରିକ୍ତ ପ୍ରୋତ୍ସାହନ ଜିଲ୍ଲାରେ ମୋଟ ୩୯୫ ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ ୨୧୪ ଡାକ୍ତର ରହିଛନ୍ତି ଏବଂ ୧୮୧ ପଦବୀ ଖାଲି ପଡ଼ିଛି । କାଗଜ କଲମରେ ଏହି ତଥ୍ୟ ଥିବାବେଳେ ବାସ୍ତବରେ ଏବେ ମାତ୍ର ୧୫୫ ଜଣ ଡାକ୍ତର ଚିକିତ୍ସା ସେବା ଯୋଗାଉଛନ୍ତି । ଜିଲ୍ଲାରେ ୧୮୧ ପଦବୀ ଖାଲି ରାଶିରେ ବଡ଼ ତାରତମ୍ୟ ରହିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଉଛି । ପଡୋଶୀ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ୪୦ ହଜାର ଅତିରିକ୍ତ ଭାବେ ପ୍ରୋତ୍ସାହନ ରାଶି ପାଉଥିବା ସ୍ଥଳେ ନବରଙ୍ଗପୁର ଜିଲ୍ଲା ଡାକ୍ତରଙ୍କୁ ମିଳୁଛି ମାତ୍ର ୫ ହଜାର । ପଡୋଶୀ କୋରାପୁଟ ଜିଲ୍ଲାର ୩୫ଟି ଡାକ୍ତରଖାନା ଭି –୪ ମାଲକାନଗିରି ଜିଲ୍ଲାର ୨୮ ଟି ଡାକ୍ତରଖାନା ଭି -୪ ବର୍ଗରେ ରହିଛି । ନବରଙ୍ଗପୁର ଜିଲ୍ଲାର ୨ ଟି । ମାତ୍ର ୨ଟି ଡାକ୍ତରଖାନାକୁ ଭି -୪ ବର୍ଗ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏଠାରେ ଡାକ୍ତରଙ୍କୁ ବହୁତ କମ ଦରମା ଓ ଆନୁସଙ୍ଗିକ ଭତ୍ତା ମିଳୁଛି । ଜିଲ୍ଲାରେ ମୋଟ ୩୯୫ ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ ୨୧୪ ଡାକ୍ତର ରହିଛନ୍ତି ଏବଂ ୧୮୧ ପଦବି ଖାଲି ପଡ଼ିଛି । କାଗଜ କଲମରେ ଏହି ତଥ୍ୟ ଥିବାବେଳେ ବାସ୍ତବରେ ଏବେ ମାତ୍ର ୧୫୫ ଜଣ ଡାକ୍ତର ଚିକିସôା ସେବା ଯୋଗାଉଛନ୍ତି । ନିଯୁକ୍ତି ପାଇଥିବା ଡାକ୍ତରଙ୍କ ମଧ୍ୟରୁ ୫୯ ଜଣ ଜିଲ୍ଲା ଛାଡି ସାରିଲେଣି । ୫୪ଜଣ ଡାକ୍ତର ପିଜି ପଢ଼ିବାକୁ ଯାଇଥିବା ଓ ୫ ଜଣ ଡାକ୍ତର ଲମ୍ବା ଛୁଟିରେ ଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ବାସ୍ତବରେ ବର୍ଗୀକରଣ ଓ କମ ଆନୁସଙ୍ଗିକ ଭତ୍ତା କାରଣରୁ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଡାକ୍ତର ମଙ୍ଗୁନାହାନ୍ତି । ସରକାରଙ୍କ କାଟାଗୋରୀ କେଁ ତଥା ତ୍ରୁଟିପୂର୍ଣ୍ଣ ବର୍ଗୀକରଣ ବ୍ୟବସ୍ଥାର ପୁନର୍ବିଚାର ସହ ଡାକ୍ତରଙ୍କ ଦରମା ଓ ଭତ୍ତାରେ ତାରତମ୍ୟ ହଟାନଗଲେ ପର୍ଯ୍ୟାୟକ୍ରମେ ଜିଲ୍ଲା ଡାକ୍ତର ଶୂନ୍ୟ ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ଏଥପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।