ଖଡ଼ିଆଳ ମହୋତ୍ସବ ନେଇ ସମୀକ୍ଷା 

 ନୂଆପଡା: ଆସନ୍ତା ଫେବୃଆରୀ ୩ ତାରିଖ ରୁ ୭ ତାରିଖ ୫ ଦିନ ବ୍ୟାପୀ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଖଡ଼ିଆଳର ବିଲୁପ୍ତ ଲୋକକଲା, ଲୋକସାହିତ୍ୟ ଓ ଲୋକ ସଂସ୍କୃତି ର ପୁନଃରୁଦ୍ଧାର ପାଇଁ ଆୟୋଜିତ ହେବାକୁ ଯାଉଛି ଖଡ଼ିଆଳ ମହୋସôବ ୨୦୨୫  । ଚଳିତ ବର୍ଷ ଏହା ୧୯ରେ ପଦାର୍ପଣ କରିଛି । ଏଥିପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଳନ ହେବାକୁ ଥିବା ମହୋସôବକୁ ସୁରୁଖୁରୁରେରେ ପାଳନ କରିବା ପାଇଁ ଗଠିତ ହୋଇଥିବା ଉପକମିଟି ମାନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋର ରେ ଚାଲିଥିବା ବେଳେ ପ୍ରସ୍ତୁତିର ଅଗ୍ରଗତି ନେଇ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ସମ୍ପାଦକ ସୁନୀଲ ସାହୁ, ପୂର୍ବତନ ସଭାପତି ନିମାଇଁ ଚରଣ ତାଣ୍ଡି, ଗିରିଧାରୀ ବିଭାର, ସନ୍ତୁ ପଟ୍ଟନାୟକ, ଛବି ସାଗର ପ୍ରମୁଖ ଉପସ୍ଥିତ ମହୋସôବ ପାଳନର ଅଗ୍ରଗତି ନେଇ ଗୋଟିକ ପରେ ଗୋଟିକ ସମସ୍ତ ଉପ କମିଟି ଗୁଡିକର ତଦାରଖ କରିବା ସହ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଉପ କମିଟିର ଆବାହକ ସତପାଳ ସିଂ ଛାବଡା, ରତନ ସିଂ ବାରିକ, ବିମଳ ସିଂ ଦଳପତି,ଗଙ୍ଗାଧର ମହାଉତି, ଭୋଦେବ ସାହୁ, ପବିତ୍ର ପ୍ରଧାନ, ଅମୁଲ୍ୟ ବାରିକ, ସୁରେନ୍ଦ୍ର କୁମାର, ଗୌରାଙ୍ଗ ସାହୁ,ସୋମନାଥ ଜଗତ,ରାଜକପୁର ବାରିକ ଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ  ।