କୃଷି ବିକାଶ ପରିଷଦର ସାଧାରଣ ବୈଠକ
ବିଞ୍ଝାରପୁର: ବିଞ୍ଝାରପୁର ଭାଗବତ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା କୃଷକ ବିକାଶ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଧିରେନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅତିଥି ଭାବେ ଓଡ଼ିଶା କୃଷକ ବିକାଶ ପରିଷଦର ପ୍ରତିଷ୍ଠାତା ଅମର ବଲ୍ଲଭ ସାହୁ ଯୋଗ ଦେଇଥିଲେ । ବୈଠକରେ ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା । ଉପଯୁକ୍ତ ସଚେତନତା ଅଭାବରୁ ଚାଷୀ ବିଭିନ୍ନ ସରକାରୀ ଯୋଜନା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳରୁ ବଞ୍ଚିତ ହେଉଛନ୍ତି । ତେଣୁ ହା କିଭଳି ଦୂର ହେବ ତାହା ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅମୂଲ୍ୟ ଦାସ୍, ନିରଞ୍ଜନ ନାୟକ, ଗୋପାଳ ସାହୁ, ନିରଞ୍ଜନ ରାଉତ, ଗୋବର୍ଦ୍ଧନ ନାୟକ, କିଶୋର ଦାସ, ବିଶ୍ୱଜିତ୍ ରାଉତ, ଶୁଭକାନ୍ତ ନାୟକ ଯୋଗ ଦେଇଥିବା ବେଳେ ବିଞ୍ଝାରପୁର ଅଞ୍ଚଳର ବିଭିନ୍ନ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।