ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା
ବାଲେଶ୍ୱର : ଗୁରୁବାର ପୂର୍ବାହ୍ନରେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ଅଞ୍ଚଳର ନବମ ଶ୍ରେଣୀ ଛାତ୍ର ମୋବାଇଲ ପାଇଁ ଘର ମଧ୍ୟରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ବାଲିଆ ଅଞ୍ଚଳର ତପନ ଗିରିଙ୍କ ପୁଅ ପ୍ରୀୟାଂଶୁ ପ୍ରିତମ ଗିରି(୧୪) । ପ୍ରିୟାଂଶୁ ନୂଆ ମୋବାଇଲ ନେବା ପାଇଁ ଘରେ କହିଥିଲେ । ଘରେ ମୋବାଇଲ କିଣିନଦେବାରୁ ଆଜି ଘର ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି ।