ନାଳପୋତି ଦିଆଯିବାରୁ ନଷ୍ଟ ହେଉଛି ଧାନଚାଷ : ଥାନାର ଦ୍ୱାରସ୍ଥ ହେଲେ ରଟିଣାବାସୀ

 ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମ ନିକଟରେ କେନାଲସହ ସଂଯୋଗ ପାଣି ପ୍ରବାହିତ ନାଳକୁ ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ଲାଗି ମାଟି ପକାଇ ପୋତିଦେବା ସହ ଗ୍ରାମବାସୀଙ୍କୁ ଭୟଭିତ କରିବା ଅଭିଯୋଗରେ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବର୍ଷା ସମୟରେ ନିକଟସ୍ଥ ପାହାଡରୁ ଆଶୁଥିବା ଉଦବୃତ୍ତ ଜଳରାଶି ନାଳ ଦେଇ ଆମହତା କେନାଲ ମାଧ୍ୟମରେ ନିଷ୍କାସିତ ହୋଇଥାଏ । ଏବେ କିଛିଦିନ ତଳେ ହରିପୁର ଗ୍ରାମର ଜଣେ ବ୍ୟକ୍ତି ନିଜର  ସ୍ୱାର୍ଥ ସାଧନ ପାଇଁ ଜେସିବି ଲଗାଇ ଉକ୍ତ ନାଳକୁ ପୋତି ଦେଇଛନ୍ତି । ଯାହାଫଳରେ ବହୁ ଚାଷୀଙ୍କ ଧାନଚାଷ ନଷ୍ଟ ହେଉଛି । ଗ୍ରାମବାସୀମାନେ ନାଳ ଖୋଳିବାକୁ ଯାଉଥିବା ବେଳେ ବ୍ୟକ୍ତି ଜଣକ ଧମକ ଚମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଖଇରା ଥାନା ଏସଆଇ ତପନ ଜେନାଙ୍କୁ ପଚାରିବାରେ ଉଭୟ ପକ୍ଷ ଙ୍କୁ ଡାକି ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।