୨୦୨୫ରେ ଇସ୍କନର ଅଦିନିଆ ୬୮ ରଥଯାତ୍ରା ଓ ୪୦ ସ୍ନାନଯାତ୍ରା
ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦୃଢ଼ ବିରୋଧ କରିଛନ୍ତି । ଏନେଇ ବିଦ୍ୱାନମାନେ ବିଚାରବିମର୍ଷ କରିବା ସହ ଶାସ୍ତ୍ର ସମ୍ମତ ଏକ ଶହେ ପୃଷ୍ଠାର ତଥ୍ୟ ସମ୍ବଳିତ ପୁସ୍ତକ ବି କରାଯାଇଛି ।
ଏନେଇ ଇସ୍କନକୁ ମଧ୍ୟ ଅବଗତ କରାଯାଇଛି । ଗଜପତି ମହାରାଜା କହିଛନ୍ତିଯେ, ୧୯୬୭ରେ ପ୍ରଭୁପାଦଙ୍କ ତତ୍ତ୍ୱାବଧାନରେ ବିଦେଶରେ ରଥଯାତ୍ରା କରାଗଲା । ୧୯୭୭ରେ ଅଧିକରୁ ଅଧିକ ରଥଯାତ୍ରା କରାଗଲା । ପ୍ରଥମେ ସେମାନେ ନିର୍ଦ୍ଧାରିତ ଦିନରେ ରଥଯାତ୍ରା କଲେ । କିନ୍ତୁ ପ୍ରଭୁପାଦଙ୍କ ଦେହାବସାନ ପରେ ଅଧିକାଂଶ ସମୟରେ ତିଥି ବାହାରେ ରଥଯାତ୍ରା ହେଉଛି । ୨୦୨୫ରେ ୬୮ ସ୍ଥାନରେ ତିଥି ବାହାରେ ରଥଯାତ୍ରା ହୋଇଛି । ଇସ୍କନକୁ ବାରମ୍ବାର ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ବହୁ ଆଲୋଚନା ପରେ ଭାରତରେ ସେମାନେ ପରମ୍ପରା ମାନିବାକୁ ନିଷ୍ପତ୍ତି ନେଇଛନ୍ତି । ଖାଲି ରଥଯାତ୍ରା ନୁହେଁ ସ୍ନାନଯାତ୍ରାରେ ବି କରୁଛନ୍ତି । ମହାପ୍ରଭୁଙ୍କ ଜନ୍ମ ଦିବସକୁ ଭିନ୍ନ ତିଥିରେ କରୁଛନ୍ତି । ଭାରତ ଭିତରେ ବି ୪୦ ସ୍ଥାନରେ ବିନା ତିଥିରେ ସ୍ନାନଯାତ୍ରା କରିଥିବା ଜାଣିବାକୁ ମିଳିଛି । ଭାରତ ବାହାରେ ଶନିବାର ଓ ରବିବାର ଦିନ କରାଯାଉଛି । ୯ ଦିନ ଭିତରେ ରବିବାର ଓ ଶନିବାର ଆସିପାରିବ, ସେମାନେ ଚାହିଁଲେ ସେହି ସମୟରେ ରଥଯାତ୍ରା କରିପାରିବେ । ଏନେଇ ତର୍ଜମା କରିବାକୁ ଇସ୍କନକୁ ମାସେ ସମୟ ଦିଆଯାଇଛି । ଯଦି ଇସ୍କନ କଥା ନରଖିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।