ଆନନ୍ଦ ଉଲ୍ଲାସରେ ଇଦ୍-ଉଲ ଫିତର ପାଳିତ ,ସମୂହ ନମାଜ ପାଠ କରି ପରସ୍ପରକୁ ଜଣାଇଲେ ମୁବାରକ୍

ବିଞ୍ଝାରପୁର : ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ଇଦ୍ ପର୍ବ ଆଜି ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ମସଜିଦ୍ ମାନଙ୍କରେ ସଂଖ୍ୟାଲଘୁ ଭାଇ ମାନେ ସମୁହ ନମାଜ ପାଠ କରିବା ସହିତ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି । ଆଜି ସକାଳୁ ବିଞ୍ଝାରପୁର ବ୍ଲକର ବିଞ୍ଝାରପୁର, ସୟଦପୁର, ଅଳକୁଣ୍ଡ, ଶାସନ୍ଦା ଆଦି ଅଞ୍ଚଳରେ ହଜାର ହଜାର ସଂଖ୍ୟାଲଘୁ ମାନେ ମିଳିତ ନମାଜ ପାଠ କରି ଆଲ୍ଲାଙ୍କ ନିକଟରେ ସମୁହ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିଞ୍ଝାରପୁର ଅଞ୍ଚଳର ବହୁ ରାଜନେତା, ସମାଜସେବୀ ମାନେ ନମାଜ ପଠନ ସ୍ଥଳକୁ ଯାଇ ସଂଖ୍ୟାଲଘୁ ଭାଇମାନଙ୍କୁ ଭେଟି ସେମାନଙ୍କୁ ଇଦ୍ ମୁବାରକ୍ ଜଣାଇଥିଲେ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବଡମସଜିଦ୍, ଇଦ୍ଘାପଡିଆ, ଶାସନ୍ଦା, ଅଳକୁଣ୍ଡ ଆଦି ସ୍ଥାନକୁ ଯାଇ ସଂଖ୍ୟାଲଘୁ ଭାଇ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷା ରଂଜିତା ଦାସ, କୈଳାସେଠୀ, ଅହଲ୍ୟା ସ୍ୱାଇଁ, ଆଶାଲତା ସାହୁ, ଅଶୋକ ସାହୁ, ସୁଖ ରଂଜନ ପରିଡା, ବିଜେପି ନେତ୍ରୀ ବବିତା ମଲ୍ଲିକ, କଂଗ୍ରେସ ନେତ୍ରୀ କନକଲତା ମଲ୍ଲିକ ପ୍ରମୁଖ ମଧ୍ୟ ସମସ୍ତଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ।
ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ନିକଟସ୍ତ ଚାରିନଙ୍ଗଳ ଇଦ୍ଘା ଠାରେ ପ୍ରାୟ ଚାରି ହଜାରରୁ ଉର୍ଦ୍ଧ ମୁସଲିମ ଶ୍ରଦ୍ଧାଳୁ ପବିତ୍ର ଇଦ୍ ଉଲ୍ ଜୁହା ପର୍ବ ଉପଲକ୍ଷେ ସମବେତ ହୋଇ ସମୂହ ନମାଜ ପାଠ କରିଥିଲେ । କମିଟି ସଭାପତି ମୌଲାନକ୍ଷ ହକ୍ଷସିମ୍ କାସିମ୍ ସମବେତ ଶ୍ରଦ୍ଧାଳୁଙ୍କୁ ନମାଜ ପାଠ କରାଇଥିଲେ । କମିଟିର ସଦସ୍ୟ ସମ୍ପାଦକ ବଦରୁଲୁ ଦୋଯା, ଅବଦୁଲ ହାଇ. ହିବଜୁ ରହେମାନ, ସେକ ରିୟାସତ ଅଲ୍ଲୀ, ଅବଦୁଲ ଗନି, କୋତୋବୁଦିନ ଖାଁ, ମୌଲାନା ଅଜିଜ, ମୌଲାନା ଏଲିୟାସ, ସେକ ଇକବାଲ ହୁସେନ, ସୁଲତାନ ସେଫୁଲା ଖାଁ, ସେକ ମୋଇନ ଅହମଦ, ଗୋଲାମ କିବରିୟା ଖାଁ, ସେକ ସାହାନେୱାଜ, ସେକ ଜାଉଲା, ରସିଉଦିନ ଖାଁ, ଚାନ୍ଦ ଖାଁ, ବଦିରୁଦିନ ଖାଁ, ମୁସଲେଦିନ ଖାଁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ପବିତ୍ର ପର୍ବ ରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କଂଗ୍ରେସ ନେତା ଅଜୟ କୁମାର ସାମଲ, ବିଶ୍ୱ ପ୍ରକାଶ ସାମଲ, ବ୍ଲକ କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ସାହାଣୀ, ନାଳିପୁରର ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ ପ୍ରମୁଖ ବିଭିନ୍ନ ଦଳର ଆଗ ଧାଡ଼ିର ନେତା ମାନେ ଯୋଗ ଦେଇ ସମବେତ ମୁସଲମାନ ଭାଇ ମାନଙ୍କୁ ଇଦ୍ ମୁବାରକ ଜଣାଇଥିଲେ ସେହିପରି ନଳିପୂର୍ତ୍ତ ଭରତପୁର, ଗୋପାଳପୁର, ଝରକୁଳ, ସୁଙ୍ଗୁଡ଼ା, ଅରଖପୁର, ଦର୍ପଣି ଓ ଚଣ୍ଡିତଳ ଆଦି ମସଜିତ ମାନଙ୍କରେ ସକାଳ ୯ଘଟିକା ସମୟରେ ମୁସଲମାନ ଶ୍ରଦ୍ଧାଳୁ ମାନଙ୍କୁ ଦେଖିବାକୁ ମିଳିଥିଲା । ପର୍ବ ଉପଲକ୍ଷେ ବଡ଼ଚଣା ର ଯୁବନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କା ଓ ବିଧାୟକ ଶ୍ରୀ ଶତପଥୀ ପୃଥକ୍ ପୃଥକ୍ ଭାବେ ମୁସଲମାନ ଭାଇ ଓ ଭଉଣୀ ମାନଙ୍କୁ ଇଦ୍ର ଶୁଭ କାମନା ଜଣାଇଥିବା ର ଜଣାପଡିଛି । ବାଲିଚନ୍ଦ୍ରପୁର ଥାନା ଅଧିକାରୀଣୀ ପ୍ରମୋଦୀନି ସାହୁଙ୍କ ନେତୃତ୍ୱରେ ଆଇନ୍ ଶୃଙ୍ଖଳା ତଦାରଖ କରାଯାଇଥିଲ ।
ବ୍ରହ୍ମବରଦା: ସୁଖ, ସମୃଦ୍ଧି, ଶାନ୍ତି ଓ ମୈତ୍ରୀର ପ୍ରତୀକ ଇସଲାମ ଧର୍ମର ଶ୍ରେଷ୍ଠ ପବିତ୍ର ପର୍ବ"ଇଦ୍-ଉଲ ଫିତରରସୁଲପୁର ବ୍ଲକ ଅଭିଭକ୍ତ ବ୍ରହ୍ମବରଦା ପଞ୍ଚାୟତରେ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ସକାଳୁ ଛୋଟରୁ ବଡ ସମସ୍ତ ମୁସଲମାନ ଭାଇ ନୂଆ ପୋଷାକ ପରିଧାନ କରି ଗ୍ରାମର ମୁଖ୍ୟ ପେଣ୍ଠସ୍ଥଳ ବ୍ୟାଙ୍କ ଛକ ସ୍ଥିତ ପ୍ରମୁଖ ଇଦଗା ପଡିଆ ନିକଟରେ ଏକତ୍ରୀତ ହୋଇଥିଲେ । ଧର୍ମଗୁରୁ ମାନେ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ୍ ପାଠ କରିବା ସହ ଧର୍ମଗୁରୁ ଓ ମୁସଲମାନ ଭାଇ ମାନେ ଜଗତର ମଙ୍ଗଳ କାମନା ନିମନ୍ତେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରାର୍ଥନା ପରିସମାପ୍ତି ପରେ ଛୋଟରୁ ବଡ ସମସ୍ତ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇବା ସହ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କ୍ରମରେ ଆଜାଦ ନଗର ସ୍ଥିତ ଜମା ମସଜିଦ୍, ବଜାର ଘାଟ ସ୍ଥିତ ଜମା ମସଜିଦ୍ ଓ ଇସତମା ପଡିଆ ସ୍ଥିତ ଜାମା ମସଜିଦ ଠାରେ ସମୁହ ନମାଜ ପାଠ କରାଯାଇ ଇଦ୍ ପାଳନ କରାଯାଇଥିଲା । ଏଥି ସହିତ ବହୁ ସହୃଦୟ ବ୍ୟକ୍ତି ଅସହାୟ ଗରିବ ଲୋକ ମାନଙ୍କୁ ଖାଦ୍ୟ, ପୋଷାକ ଓ ଅର୍ଥ ପ୍ରଦାନ କରିଥିଲେ । ଏହି ଅବସରରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବିଜେଡି ରାଜ୍୍ୟସମ୍ପାଦକ ବିଶ୍ୱରଞ୍ଜନ ମଲ୍ଲିକ, ବିଜେଡି ନେତା ସଂଜୀବ ଜେନା, ବିଜେପି ନେତା ଉମେଶ ଜେନା, ଯାଜପୁର ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଆରତୀ ଦେଓ, ୩୬ ନଂ ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭ ଦର୍ଶିନୀ ଦେଓ, ମହେଶ୍ୱରପୁର ସରପଞ୍ଚ ଝରଣା ପାତ୍ରଙ୍କ ସମେତ ବ୍ରହ୍ମବରଦା ପଞ୍ଚାୟତର ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ମୁରବି ଉପସ୍ଥିତ ରହିମୁସଲମାନ ଭାଇମାନଙ୍କୁ ଇଦର ଶୁଭେଚ୍ଛା ଜଣାଇଥିଲେ । ବ୍ରହ୍ମବରଦା ଥାନା ଆଇ ଆଇସି ଦେବାଶିଷ ସତପଥୀ, ଏସ୍ ଆଇ ବିଭୁତି ଭୂଷଣ ମହାପାତ୍ର, ଏଏସ୍ଆଇ ଲକ୍ଷ୍ମୀଧର ରାଜ ଓ ଥାନାର ସମସ୍ତ କର୍ମଚାରୀ ଆଦି ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ସହଯୋଗ କରିଥିବା ବେଳେ ସହିତ ଜିଲ୍ଲା ହେଡ କ୍ୱାଟର ତରଫରୁ ୨ ସେକ୍ସନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।