ଆଜିଠାରୁ ଦ୍ବିତୀୟ ପର୍ୟ୍ୟାୟ ନାମାଙ୍କନ ଆରମ୍ଭ

ଆଜିଠାରୁ ଦ୍ବିତୀୟ ପର୍ୟ୍ୟାୟ ନାମାଙ୍କନ ଆରମ୍ଭ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ଓଡିଶାରେ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜିଠାରୁ ଦ୍ବିତୀୟ ପର୍ୟ୍ୟାୟ ନାମାଙ୍କନ ଆରମ୍ଭ ହୋଇଛି ।ଓଡ଼ିଶାରେ ମେ ୧୩ ତାରିଖରେ ହେବାକୁ ଥିବା ମତଦାନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଜିଠାରୁ ପ୍ରାର୍ଥୀପତ୍ର ଯାଞ୍ଚ ଆରମ୍ଭ ହୋଇଛି । ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ସେହିପରି ଓଡିଶାରେ ଦ୍ବିତୀୟ ପର୍ୟ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ (୨୬ ଏପ୍ରିଲ) ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମେ ୩ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହାପରେ ମେ ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହିତ ମେ ୬ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ।