ବିଭିନ୍ନ ସ୍ଥାନରେ ଗୋ-ମାତା ପୂଜା
ରାଜନଗର : ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ମାଣପଡା ଗ୍ରାମରେ ରାଧାକୃଷ୍ଣ ପୂଜା ସହିତ ଗୋ-ମାତା ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଧାକୃଷ୍ଣଙ୍କ ଷୋଡଶୋପଚାର ପୂଜା, ଗାୟତ୍ରୀ ଯଜ୍ଞ, ଗୀତାପାଠ, ତୁଳସୀ ରାମାୟଣପାଠ, ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ଓ ହରିହାଟ ଅନୁଷ୍ଠିତ ହୋଇଛି । ଦୋଳ ପୂର୍ଣ୍ଣିମା ଦିନ ଗୋ-ମାତାଙ୍କ ପୂଜାର୍ଚ୍ଚାନା କରାଯାଇଥିଲା । ରାତ୍ରରେ ଗାୟତ୍ରୀ ଯଜ୍ଞର ପୂର୍ଣ୍ଣାହୂତୀ ସହ ରାଧାକୃଷ୍ଣଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ରାଉତ ଓ ଆଦିକନ୍ଦ ଦାସଙ୍କ ସହ ମାଣପଡା ଗ୍ରାମର ଗ୍ରାମବାସୀ ଓ ପୂଜା କମିଟ୍ ସଦସ୍ୟମାନେ ପରିଚାଳନା କରିଥିଲେ । ସେହିପରି ରାଧାକୃଷ୍ଣ ପୂଜା କମିଟ୍ କଣ୍ଡିରା ପକ୍ଷରୁ ରାଧାକୃଷ୍ଣଙ୍କ ମନ୍ଦିରରେ ଷୋଡଶୋପଚାର ପୂଜା, ନାମସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣିମା ଅବସରରେ ୧୦୮ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅପରପକ୍ଷରେ ଏହି ବ୍ଲକ ସାନବଡଗୋପାଳପୁର ପଚାଂୟତର ନୂରୁଗାଁଠାରେ ରାଧାକୃଷ୍ଣ ୩୯ତମ ବାର୍ଷିକୋସôବ ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣିମା ଦିନ ୧୧ଟା ସମୟରେ ଏକବର୍ଣ୍ଣି ଦୁହାଁଳ ଗାଈକୁ ପୂଜା କରାଯିବା ସହ ଓ ଅପରାହ୍ନରେ ୧୦୮ ଗୋ-ମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।