ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା କର୍ମଶାଳା
କେନ୍ଦ୍ରାପଡା : କେନ୍ଦ୍ରାପଡା ପୌଞ୍ଚଚଳ ଅନ୍ତର୍ଗତ ରିଡିଂ ରୁମ୍ଠାରେ ଡିଲୋକ୍ କମ୍ପାନୀ ଆନୁକୁଲ୍ୟରେ ଏକ କର୍ମଶାଳା ଡଃ ପ୍ରକାଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗୀତା ଏବଂ ସବ୍ସିଡି ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି କମ୍ପାନୀର ବ୍ୟବସାୟ ପରିଚାଳନା ଅଧିକାରୀ ଅରିନ୍ଦମ୍ ସାହୁ, ମୁଖ୍ୟବକ୍ତା ତଥା ରାଜ୍ୟ ସଂଯୋଜକ ବିଭୁତି ଭୂଷଣ ଆଚାର୍ଯ୍ୟ ଓ ଜିଲ୍ଲା ସଂଯୋଜକ ସର୍ବେଶ୍ୱର ସାହୁ ଯୋଗ ଦେଇ ପିଏମ୍ ସୂର୍ଯ୍ୟଘର ବିଜୁଳି ଯୋଜନାର ଲାଭ କିପରି ଜନସାଧାରଣ ନେଇପାରିବେ ଏବଂ ବିଜୁଳିରୁ ମୁକ୍ତ ହେବେ ସେ ସମ୍ପର୍କରେ ବିଷଦ୍ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୌରାଞ୍ଚଳର ସଂଯୋଜକ, ପଞ୍ଚାୟତ ସଂଯୋଜକମାନେ ଯୋଗଦେଇଥିଲେ । ସଭା ଶେଷରେ ରାମ୍ ନାରାୟଣ ସିଂ, ସୁରେନ୍ଦ୍ର ନାଥ ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ଆଇନ୍ଜିବୀ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।