ଠିକ୍ ସମୟରେ ମିଳୁନି ଆଉଟ୍ସୋର୍ସିଂ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା
ଯାଜପୁର ସଦର: ପୂର୍ବ ସରକାରଙ୍କ ସମୟରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟରେ ସ୍କୁଲ ଓ କଲେଜ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।ÿ ବିଡ଼ମ୍ବନାର ବିଷୟ ଉଚ୍ଚଶିକ୍ଷା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବେସରକାରୀ କଲେଜରେ ଅଭିଭାବକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ପଢ଼ାଇବା ପରେ, ଆତ୍ମନିର୍ଭରଶୀଳ ହେବା ଉଦେ୍ଦଶ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ରୋଜଗାର କରିବା ନିମନ୍ତେ, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞାପନ ମାଧ୍ୟମରେ ଚାକିରି କରିବା ପାଇଁ ଆଉଟସୋସିଂ ସଂସ୍ଥା ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ଦ୍ୱାରା ନିଯୁକ୍ତି ଦିଆଯାଇଥାଏ । ତାହା ପୁଣି ନେତା ମାନଙ୍କ ଇସାରାରେ । ଯାହା ଶୁଣିବାକୁ ମିଳେ ନେତା କିମ୍ବା ନେତାଙ୍କ ପାଖରେ ଚାମଚା ଗିରି କରୁଥିବା ଲୋକଙ୍କ ସହିତ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ମୋଟା ଅଙ୍କର କାରବାର ପରେ ନିଯୁକ୍ତି ମିଳିବ । ଯେଉଁ ବିଭାଗକୁ ଗଲେ ସେଠାରେ ଆଉଟସୋର୍ସିର୍ଂ କର୍ମଚାରୀ ହାଉଯାଉ । ରାଜକୋଷ ଉପରେ ଚାପ କମିବା ଆଳରେ ସିନା ଆଉଟସୋସିଂ ସଂସ୍ଥା କରାଯାଏ, ହେଲେ ଏହାଦ୍ୱାରା ନିଯୁକ୍ତି କମ୍ପାନୀମାନେ ମାଲେମାଲ ହେବାର ନଜିର ରହିଛି । ବଡ଼ ବିଡ଼ମ୍ବନାର ବିଷୟ (ଭାରତ ସିକୁରିଟି ସଂସ୍ଥା) ଆଉଟସୋର୍ସିଂ ଅଧିନରେ ଥିବା କର୍ମଚାରୀ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବା ବଡ଼ମେଡିକାଲରେ କାର୍ଯ୍ୟରତ ଠିକା ଆଟେଣ୍ଡାନ୍ସ ଓ ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ତାଙ୍କର ପ୍ରାପ୍ୟ ମିଳୁନଥିବା ଶୁଣିବାକୁ ମିଳେ । ଏହାଦ୍ୱାରା ବହୁ ଅସୁବିଧାର ସମ୍ମୁଖୀôନ ହେଉଛନ୍ତି ଠିକା କର୍ମଚାରୀ । ଯାହା ଶୁଣିବାକୁ ମିଳେ, ପ୍ରତ୍ୟେକ ମାସରେ ଦରମା ଠିକ୍ ସମୟରେ ପାଇନଥିବା ବେଳେ, ଆଉଟସୋର୍ସିଂ ମାଲିକ ମାନେ ସରକାରଙ୍କ ଠାରୁ ମୋଟା ଅଙ୍କର ବିଲ୍ ପାସ୍ କରି ଅଏସ୍ରେ ଜୀବନ ବିତାଉଛନ୍ତି ।
ଆଉ ଠିକା ଆଟେଣ୍ଡାନ୍ସ ଓ ସଫେଇ କର୍ମଚାରୀ ବହୁ ଅସୁବିଧା ଦେଇ ଗତି କରୁଛନ୍ତି । ଆଉଟସୋର୍ସିରେ କାମ ଚଳିଯାଉଥିବାରୁ ମୂଳ ନିଯୁକ୍ତି କଥାକୁ ସରକାର ଭୁଲି ଯାଉଛନ୍ତି । ଏସବୁକୁ ଆଖିଆଗରେ ରଖି ଏବେ ଆଉଟସୋସିଂ ନିଯୁକ୍ତି ଉପରେ ଅଙ୍କୁଶ ଲଗାଯାଇଛି । ଅର୍ଥ ବିଭାଗର ବିନାନୁମତିରେ ଆଉ ଏଭଳି ନିଯୁକ୍ତି କରାଯାଇପାରିବ ନାହିଁ । ଏନେଇ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସବୁ ବିଭାଗକୁ ପତ୍ର ଲେଖ୍ ଅବଗତ କରାଇଛନ୍ତି । ପତ୍ରରେ ଉଲ୍ଲେଖ କରାଯାଇଛିଯେ, ଅର୍ଥ ବିଭାଗ ପୂର୍ବରୁ ଯେତିକି ଆଉଟସୋସିଂ ନିଯୁକ୍ତି ପାଇଁ ଅନୁମୋଦନ କରିଛି, ସେହି ସବୁ ନିଯୁକ୍ତି ନବୀକରଣ କରାଯାଇପାରିବ । କିନ୍ତୁ ଅଧିକ ନିଯୁକ୍ତିର ଆବଶ୍ୟକତା ଥିଲେ ଅର୍ଥ ବିଭାଗର ଅନୁମତି ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ହେଲେ ସଚିବଙ୍କ କଥାକୁ ଅନେକ ମାନିବାକୁ ନାରାଜ ।