ଦାନଗଦୀରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ
ଦାନଗଦୀ: ହିନ୍ଦୁ ନବ ବର୍ଷ ଚୈତ୍ର ଶ୍ଳୋକ ପ୍ରତିପଦାରେ କଳିଙ୍ଗନଗର ଶୋଲେଇ ଶିଶୁ ମନ୍ଦିର ପରିସରରେ ମହା ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି । ଗୋପବନ୍ଧୁ ସ୍ୱୟଂ ସେବକ ସଙ୍ଘର ବଡ଼ ଭାଇ ଗୋପୀନାଥ ରାଉତଙ୍କର ସଂଯୋଜନାରେ ପ୍ରତ୍ୟୁଷରୁ ଶିଶୁ ମନ୍ଦିର ପରିସରରେ ପୂର୍ଣ୍ଣ କଳସ ବସାଇ, ଗୈରିକ ଧ୍ୱଜା ଲଗାଇ ପ୍ରଭାତ ଶାଖା ଲାଗିଥିଲା । ସଙ୍ଘ ଶାଖାରେ ଡ଼କ୍ଟର ହେଡ଼ଗୋୟର ପ୍ରଥମ ସଙ୍ଘସର ଚାଳକ ଓ ଶ୍ରୀ ଗୁରୁଜୀଙ୍କର ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସ୍ୱୟଂ ସେବକ ଭାଇ ମାନେ କରିଥିଲେ । ଧ୍ୱଜା ପ୍ରଣାମ ପରେ ଧ୍ୱଜା ପ୍ରାର୍ଥନା ହୋଇଥିଲା । ଆଜିଠାରୁ ହିନ୍ଦୁ ନବ ବର୍ଷ ଆରମ୍ଭ ହେଲା ବୋଲି ସମସ୍ତେ ମିଷ୍ଟାନ ଖାଇ ପରସ୍ପରକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଜାନୁଆରୀ ପହିଲା ଇଂରାଜୀ ନୂଆବର୍ଷକୁ ସମସ୍ତେ ଓଡ଼ିଆ ପାଳନ କରୁଥିବା ବେଳେ ଧୀରେଧୀରେ ପାଶ୍ଚାତ୍ୟ ସଭ୍ୟତାର ବୁଡି ଯାଇ ନିଜ ସଂସ୍କୃତି ପରମ୍ପରା ଭୁଲି ଯାଉଥିବା ଯୁବ ସମାଜକୁ ସଚେତନ କରାଇବା ପାଇଁ ଏପରି ସବୁ ପ୍ରଖଣ୍ଡରେ ପାଳନ ହେବାର ଆବଶ୍ୟକତା ଅଛି ବୋଲି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସଙ୍ଘ ମୁଖ୍ୟ ଗୋପୀନାଥ ରାଉତ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ସୁବାସ ଚନ୍ଦ୍ର ଦେଓ ଶିଶୁ ମନ୍ଦିର ଶିଶୁମାନଙ୍କ ସହ ହିନ୍ଦୁ ନବ ବର୍ଷ ପାଳନ କରିବା ସହ ସମସ୍ତଙ୍କୁ ଭାଇ ଭାଇ ହୋଇ ରହିବା ସହ ଏହି ନବ ବର୍ଷରେ ବର୍ଷ ତମାମ ସମସ୍ତେ ଭଲରେ ରହିବା ପାଇଁ ମଙ୍ଗଳ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଲନ କୁମାର ବେହେରା, ଅରୁଣ ମହାରଣା, ଅଭିମନ୍ୟୁ ପାତ୍ର, ଚିତରଞ୍ଜନ ସାହୁ, ଶ୍ରୀକାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ସାହୁ,ଜ୍ଞାନ ରଞ୍ଜନ ବେହେରା, କ୍ରିଷ୍ଣା ଚନ୍ଦ୍ର ସାମଲ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଓ ଭାଇ ମାନେ ଉପସ୍ଥିତ ଥିଲେ ।
ବାଲିଚନ୍ଦ୍ରପୁର: ବଡଚଣା ଶିକ୍ଷା ମଣ୍ଡଳ ଅଧୀନ ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ସତ୍ୟାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଉତ୍ସବରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଯାଜପୁର ଜିଲାର ସଂଯୋଜକ ବଟ କୃଷ୍ଣ ଜେନ ଯୋଗ ଦେଇ ଆଜିର ଦିବସ ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରି ରାଷ୍ଟ୍ର ଗଠନରେ ବର୍ତିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଉପଦେଷ୍ଟା ନିରଞ୍ଜନ ମହାନ୍ତି ଓ ଅନ୍ୟତମ ଉପଦେଷ୍ଟା ହିମାଂଶୁ ଶେଖର ବଳ ଯୋଗ ଦେଇ ହିନ୍ଦୁ ନବବର୍ଷର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପବିତ୍ର ଦିନରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ରମେଶ ଚନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ବେଳେ ବରିଷ୍ଠ ଆଚାର୍ଯ୍ୟା ସୁପ୍ରୀତି ମହାନ୍ତି ଓ ପୁଷ୍ପଲତା ରାଉତଙ୍କ ତତ୍ତ୍ୱାବଧାନରେ ଦଶମ ଶ୍ରେଣୀର ଛାତ୍ରୀ କିରଣ ଦାସ୍ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଗୋପବନ୍ଧୁ ପୃଷ୍ଟି ଓ ସୁଶାନ୍ତ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାମନ୍ଦିରର ସହ ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଆଚାର୍ଯ୍ୟଓ ସେବକ ସେବିକା ସହଯୋଗ କରିଥିଲେ ।