ବିଦୁ୍ୟତ୍ ବିଭାଗର ଅବହେଳା; ପ୍ରତିକାର ଦାବି
ାା ପ୍ରଭାନୁ୍ୟଜ ।ା ସିଂହପୁର: ବିଞ୍ଝାରପୁର ବିଦୁ୍ୟତ୍ ବିଭାଗ ଅଧିନସ୍ଥ ବରୀ ବ୍ଲକ ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ବିଦୁ୍ୟତ୍ ସମସ୍ୟା ଦୀର୍ଘଦିନ ହେଲା ଲାଗି ରହିଛି । ଯାହାକୁ ନେଇ ଉପଭୋକ୍ତା ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ମଧୁସୂଦନପୁର ସୁନ୍ଦରପୁର ଗ୍ରାମରେ ବିଦୁ୍ୟତ୍ ଟ୍ରାନ୍ସଫର୍ମର ଖୋଲା ମେଲା ଅବସ୍ଥାରେ ରହିଛି । ଏହାର ଚାରିପଟେ ବାଡ ନଥିବାରୁ ଅଘଟଣ ଘଟିବା ଆଶଙ୍କା ଦେଖା ଦେଇଛି । ୧୯୯୯ମସିହାରୁ ବିଦୁ୍ୟତ୍ ତାର ଓ ଖୁଣ୍ଟ ବଦଳାଯାଇ ନଥିବାରୁ ସାମାନ୍ୟ ବର୍ଷା ଓ ପବନରେ ତାର ଛିଡ଼ୁଛି । ଏଥିସହ ବିଦୁ୍ୟତ୍ ସଂଯୋଗ୍ ବିଛିନ୍ନ ହୋଇଯାଉଛି । ବିଦ୍ୟାଳୟ ଫାଟକ ସମ୍ମୁଖରେ ପାଚେରି ଉପରେ ବିପଦପୂର୍ଣ୍ଣ ୧୧କେଭି ବିଦୁ୍ୟତ୍ ତାର ଯାଇଥିବାରୁ ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମରେ ବହୁ ବିଦୁ୍ୟତ୍ ଖୁଣ୍ଟ ବିପଦ ପୁର୍ଣ୍ଣ ଅବସ୍ଥାରେ ରହିଛି । କେତେ ବେଳେ ଖୁଣ୍ଟ ଭାଙ୍ଗି କ୍ଷୟ କ୍ଷତି ହେବା ଏଡାଇ ଦେଇ ହେବନି । ସାମାନ୍ୟ ବର୍ଷା ଓ ପବନରେ ବିଦୁ୍ୟତ୍ ବିଭ୍ରାଟ ହେଲେ ୩ରୁ ୪ଦିନ ଲାଗିଯାଉଛି ଆସିବା ପାଇଁ । ଯାହାଦ୍ୱାରା ଲୋକେ ହିନସ୍ଥା ଭୋଗୁଛନ୍ତି । ଏସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କୌଣସି ପଦକ୍ଷେପ ନିଆଯାଇନାହିଁ । ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ, ଜିଲାପାଳ, ବିଞ୍ଝାରପୁର ଏସଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାସ କୁମାର ସାମଲ, ରାଜେନ୍ଦ୍ର ସୁତାର, ମାୟାଧର ନାୟକ, ସୁଶାନ୍ତ ନାୟକ, ମନୋରଞ୍ଜନ ନାୟକ, ନୀଳମାଧବ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି । ବିଦୁ୍ୟତ ସମସ୍ୟା ତୁରନ୍ତ ପ୍ରତିକାର କରାନଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।