କୁଆଖିଆ ବିଦୁ୍ୟତ ଡିଭିଜନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା
ରସୁଲପୁର : କୁଆଖିଆ ବିଦୁ୍ୟତ ଡିଭିଜନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଆଖିଆ ସେକ୍ସନ ଅଫିସରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ମଧୁବନ ରୋଡରେ ଥିବା ଡିଭିଜନ ଅଫିସ ଯାଏ ପହଁଚିଥିଲା । ଲୋକଙ୍କୁ ବିନା ହେଲମେଣ୍ଟ ଓ ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର ନକରିଲେ କ’ଣ ଅସୁବିଧା ହୁଏ ସେ ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ନିୟମ ମାନୁଥିବା ଓ ନିୟମ ଉଲଙ୍ଘନ କରୁଥିବା ବାଇକ ଅରୋହିଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ସ୍ୱୟଂ ଜମରାଜ ସଚେତନ କରାଇଥିଲେ । ଅତିଥି ଭାବେ ବିଦୁ୍ୟତ ବିଭାଗ ଯାଜପୁର ଜିଲ୍ଲା ମୁଖ୍ୟ ଅଧିକାରୀ ଅନନ୍ତ ନାରାୟଣ ସେନାପତି, କୁଆଖିଆ ଥାନା ଭାରପ୍ରାପ୍ତ ଅଧିକାରିଣୀ ଚିନ୍ମୟୀ ସାହୁ, କୁଆଖିଆ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବିଦୁ୍ୟତ୍ ବିଭାଗ ଜିଲ୍ଲା ସୁରକ୍ଷା ମୁଖ୍ୟ ଦିପକ ସାହୁସିତାଂଶୁ ଶତପଥି, ଚିତରଞ୍ଜନ ଭୁୟାଁ, ବିକ୍ରମ ଗୌଡ଼ା ପ୍ରମୁଖ ପରିଚାଳନା କରିଥିବା ବେଳେ, ବିଶ୍ୱଜିତ ବେହେରା, ବିଶ୍ୱଜିତ ନାୟକ, ଗୋପାଳ ଚନ୍ଦ୍ର ପରିଡା ପ୍ରମୁଖ ସହଯୋଗ କରିଥିଲେ ।