ଦନ୍ତା ହାତୀ ଆକ୍ରମଣରେ ୩ ଗୁରୁତର
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ମାନଗୋବିନ୍ଦପୁର ଗ୍ରାମ ତଥା ଜନବସତି ଆଡ଼କୁ ଆଜି ଅପରାହ୍ନରେ ଏକ ଗୋଠ ଛଡା ଦନ୍ତା ହାତୀ ହଠାତ୍ ମାଡ଼ି ଆସିଥିଲା । ଉକ୍ତ ଦନ୍ତାର ସାମ୍ନାରେ ଆସିଥିବା କେତେଜଣଙ୍କୁ ସେ ଆକ୍ରମଣ କରିଥିଲା । ଏଥିରେ ୨ ଜଣ ଅଧିକ ଗୁରୁତର ହୋଇପଡ଼ିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ବଡ଼ସାହି ଡାକ୍ତରଖାନାକୁ ଚିକିସôା ପାଇଁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିସôା ପରେ ଅଧିକ ଗୁରୁତର ଥିବା ତେନ୍ତୁଳିମୁଣ୍ଡା ଗ୍ରାମର କୁନା ସିଂ ଓ ସ୍ଥାନୀୟ ମାନଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀମଣି ପରିଡ଼ାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସାମାନ୍ୟ ଆହତ ହୋଇଥିବା ମନୋରଞ୍ଜନ ପରିଡାଙ୍କୁ ପ୍ରାଥମିକ ଚିକିସôା ପରେ ଛାଡି ଦିଆଯାଇଛି । ତେବେ ପ୍ରତାପ ମହାପାତ୍ର ମାଣତ୍ରୀ ଡ଼ାକ୍ତରଖାନାରେ ଚିକିସôାଧୀନ ଅଛନ୍ତି । ପ୍ରକାଶଯୋଗ୍ୟ ଯେ ଦନ୍ତା ହାତୀ ମାନଗୋବିନ୍ଦପୁର ତଥା ନିକଟସ୍ଥ ଅଞ୍ଚଳକୁ ଆସିଥିବା ଖବର ବନ ବିଭାଗ ଜାଣିବା ପରେ ବନପାଳ ସହିତ ଏକ ଟିମ୍ ସେଠାରେ ରହି ଗତିବିଧିକୁ ନଜର ରଖିଛନ୍ତି । ଘଟଣା ନେଇ ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ମାନଗୋବିନ୍ଦପୁର ଗ୍ରାମରେ ପହଞ୍ଚି ଆକ୍ରମଣ କରିବା ଜାଣିବା ପରେ ବନ ବିଭାଗ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା ।