ପାଣି ପ୍ୟାକିଂ କମ୍ପାନୀ  କର୍ମଚାରୀଙ୍କ ସନେ୍ଦହଜନକ ମୃତୁ୍ୟ

 ରାଜକନିକା:  ରାଜକନିକା ଥାନା ନିକଟସ୍ଥ ବିଲିୟନ ପାଣି ପ୍ୟାକେଜିଙ୍ଗ କମ୍ପାନୀର କର୍ମଚାରୀ ସନ୍ଧ୍ୟାରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ରାଜକନିକା ବାଳିକା ହାଇସ୍କୁଲ ନିକଟରେ ପଡିଥିବା ବେଳେ, ଅଗ୍ନିଶମ ବାହିନୀ ସହାୟତରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ମୃତକଙ୍କ ପରିବାର ଲୋକ ଶବକୁ ଧରି ରାଜକନିକାରେ ପହଁଚି ରାସ୍ତା ରୋକ କରିବା ସହ ପାଣି ପ୍ୟାକେଜିଙ୍ଗ କମ୍ପାନୀ ମାଲିକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ମୃତକ ହେଉଛନ୍ତି ଖଣ୍ଡେଇତା ଗାଁର ରବିନାରାୟଣ ରାଉତଙ୍କ ପୁଅ ଶ୍ରୀକାନ୍ତ ରାଉତ (୨୫)ଗତ ଦୁଇ ବର୍ଷ ହେବ ଶ୍ରୀକାନ୍ତ ବିଲିୟନ ପାଣି ପ୍ୟାକେଜିଙ୍ଗ କମ୍ପାନୀରେ କର୍ମଚାରୀ ଭାବେ କାମ କରୁଥିଲେ । ତେବେ ଏନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ ଙ୍କର ପରିବାର ଓ ବନ୍ଧୁବର୍ଗ, ତେବେ ଏହି କମ୍ପାନୀର ମାଲିକ କମ୍ପାନୀ ଭିତରେ କରୁଥିଲେ ଯୌନ କରବାର ଶ୍ରୀକାନ୍ତ ଏହାକୁ ବିରୋଧ କରିବାରୁ ତାଙ୍କୁ ଯୋଜନାବଧ ଭାବରେ ହତ୍ୟା କରାଯାଇଥିବା ଶ୍ରୀକାନ୍ତଙ୍କ ବାପା ରବିନାରାୟଣ ଅଭିଯୋଗ କରିଛନ୍ତି । ତେବେ ଏହି ୱାଟର ପ୍ୟାକେଜିଙ୍ଗ କମ୍ପାନୀର ସରକାରୀ ମଞ୍ଜୁରୀ ରହିଛି କି ନାହିଁ ତାହାର ତଦନ୍ତ କରିବା ସହ ଶ୍ରୀକାନ୍ତଙ୍କ ମୃତୁ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।