ପୁଲିସ ଅଧିକାରୀଙ୍କ ତାଲିମ ଶିବିର
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ଓସ୍ୱନ୍ ଭିଡିଓ ସମ୍ମିଳନୀ କକ୍ଷ ଠାରେ ସଡ଼କ ଦୁର୍ଘଟଣା ତଦନ୍ତ ନେଇ ପୋଲିସ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଖଡିଆଳ ଉପଖଣ୍ଡ ସ୍ତରୀୟ ଏହି ବୈଠକ ରେ ତିନି ଗୋଟି ଥାନା ଅଧିକାରୀ ପୋଲିସ କର୍ମଚାରୀ ମାନେ ଯୋଗଦେଇ ଦୁର୍ଘଟଣା ସମ୍ପର୍କ ରେ ଜାଣିବା ବିଷୟ ଏବଂ ଦୁର୍ଘଟଣା ତଦନ୍ତ ବେଳେ ପାରିପାର୍ଶ୍ୱିକ ଅବସ୍ଥାକୁ ଠିକ୍ ରୂପେ ଛାନବୀନ କରିବା ସହ ଅତ୍ୟାଧୁନିକ ପ୍ରଣାଳୀର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସଭାରେ ଖଡିଆଳ ଏସ୍ଡିପିଓ ମର୍ସି ରାଣୀ ପୂର୍ତ୍ତି ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ବୋଡ଼ନ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇ ତାଲିମ ନେଇଥିଲେ । ଏହି ଦୁର୍ଘଟଣା ତଦନ୍ତ ବେଳେ ଆବଶ୍ୟକ ଥିବା ଅନଲାଇନ୍ ମାମଲା ର ତଦନ୍ତ ଏବଂ କେଶ ସମ୍ପର୍କ ତଥ୍ୟ ପ୍ରଦାନ ପାଇଁ ବିଶେଷ ତଥ୍ୟ ପ୍ରଦାନ କରିଥିଲେ ।