ବଦଳିଲା ବିସିସିଆଇର ନିୟମ
ଟିମ ଇଣ୍ଡିଆର ଜଣେ ବରିଷ୍ଠ ଖେଳାଳିଙ୍କ ପାଇଁ କଡା ହେଲା ନିୟମ । ଆପଣ ଜାଣିଥିବେ ନିକଟରେ ବିସିସିଆଇ ଖେଳାଳିଙ୍କ ବିଦେଶ ଗସ୍ତ ଉପରେ କିଛି ଟା ରୋକ ଲଗାଇଥିଲା ଯେମିତିକି ଗସ୍ତ ସମୟରେ ସ୍ତ୍ରୀ ଓ ବ୍ୟକ୍ତିଗତ ସିକ୍ୟୁରିଟି ,ରୋଷେୟାଙ୍କୁ ନେଇପାରିବେନି ଖେଳାଳି । ପ୍ରତ୍ୟେକ ଖେଳାଳିଙ୍କୁ ଟିମ୍ ବସ୍ରେ ଯାତ୍ରା କରିବାକୁ ପଡିବ । ପରିବାର ସହ ଅଲଗା ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। ହେଲେ ଏ ନିୟମ କାହା ଯୋଗୁଁ ଲାଗୁ କଲା ବିସିସିଆଇ ,କିଏ ସେହି ବରିଷ୍ଠ ଖେଲାଳି ଯିଏ ଅଷ୍ଟ୍ରେଲିଆ ଗସ୍ତରେ ନେଇଥିଲେ ୨୭ଟି ବ୍ୟାଗ ଏବଂ ଯାହାର ଓଜନ ରହିଥିଲା ୧୫୦ କେଜି । ବ୍ୟାଗରେ ରହିଥିଲା ୧୭ଟି ବ୍ୟାଟ । ଅତ୍ୟଧିକ ଓଜନ ପାଇଁ ଏୟାରପୋର୍ଟରେ ବିସିସିଆଇ ଖର୍ଚ୍ଚ ଉଠାଇଥିଲା ।
ଖାଲି ସେତିକି ନୁହେଁ ଏହି ବ୍ୟାଗରେ ମଧ୍ୟରେ ଅନ୍ତଭୁର୍କ୍ତ ଥିଲା ପରିବାର ଓ ଷ୍ଟାଫଙ୍କ ବ୍ୟାଗ । ଅତ୍ୟଧିକ ଓଜନ ପାଇଁ ଏୟାରପୋର୍ଟରେ ବିସିସିଆଇ ଖର୍ଚ୍ଚ ଉଠାଇଥିଲା । ପୂରା ଅଷ୍ଟ୍ରେଲିଆ ଟୁରେ ଏପରି ଚାଲିଥିଲା ,ଟିମ ଇଣ୍ଡିଆର ଜଣେ ବରିଷ୍ଠ ଖେଳାଳି ଏପରି କରୁଥିଲେ,ଗୋଟେ ସହରରୁ ଆଉ ଏକ ସହର ଯିବା ସମୟରେ ନିଜ ପରିବାରର ଲଗେଜ ଏବଂ ଷ୍ଟାଫଙ୍କ ଲଗେଜକୁ ନିଜ ସାଙ୍ଗରେ ନେଉଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ଏହି ଖେଳାଳୀଙ୍କ ନାଁ କହିନାହିଁ ହେଲେ ଏକଥା ସ୍ପଷ୍ଟ କରିଛି ଯେ , ଏହି ଖେଳାଳିଙ୍କୁ ଦେଖି ବାକି ଖେଳାଳି ମଧ୍ୟ ସମାନ ଦିଗରେ ଯାଉଥିଲେ । ବିସିସିଆଇର ନୂଆ ନିୟମ ଅନୁଯାୟୀ , ଚାମ୍ପିୟନ୍ସ ଟ୍ରଫି ପାଇଁ ଖେଳାଳି ମାନେ ପରିବାର ଓ ସ୍ତ୍ରୀଙ୍କୁ ଦୁବାଇ ନେଇ ପାରିବେ ନାହିଁ ।