କାଳରାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଜାଗୁଳାଈ
ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଈଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ସପ୍ତମୀ ତିଥିରେ ମା’ କାଳରାତ୍ରି ବା କାଳୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ କରାଯାଇ କାଳରାତ୍ରି ବେଶରେ ସଜ୍ଜିତ କରାଯାଇଥିଲା । ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଳାଯାଇ ମା’ ଦର୍ଶନ ଦେଇଥିଲେ । ମା’ ଆଜି ତ୍ରିନୟନା ଚତୁର୍ଭୁଜା ମୁଣ୍ଡମାଳା ବିଭୂଷିତା, ବ୍ୟାଗ୍ର ଛାଲ ପରିହିତା ଗଧର୍ବୀ ବାହାନେ ଗଦା ଉପର ବାମ ହସ୍ତ ଖଡ୍ଗ ତଳ ହସ୍ତେ ବର୍ଚ୍ଚା, ଡାହାଣ ଉପର ହସ୍ତେ ବରଦ ଓ ତଳ ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେ । ଷୋଡଶ ଉପ·ର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ·ଲିଥିଲା । ଆସନ୍ତାକାଲି ମା’ ମହାଗୌରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ, ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ମୀରା ଦଳାଇ, ରାନୁ ମଙ୍ଗରାଜ, ପ୍ରମିଳା ସାହାଣୀ, ନାଗଭୂଷଣ ରାୟ ପ୍ରମୁଖ ପରି·ଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲଡ଼ି ମହାନ୍ତି ସୂଚନା ଦେଇଛନ୍ତି ।