ଓଡ଼ିଶା ଖଣି ନିଗମ ପକ୍ଷରୁ ୪୨ତମ ଖଣି ସୁରକ୍ଷା ସପ୍ତାହ ପାଳିତ
କାଳିଆପାଣି: ଓଡିଶା ଖଣିନିଗମ ଦକ୍ଷିଣ କାଳିଆପାଣି ଖଣି ପକ୍ଷରୁ ୪୨ତମ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପି ଚାଲୁଥିବା କାର୍ଯ୍ୟକ୍ରମରେ ଗୁରୁବାର ଦକ୍ଷିଣ କାଳିଆପାଣି ଖଣିନିଗମ ଦକ୍ଷିଣ କାଳିଆପାଣି ଖଣି ଠାରେ ଆଞ୍ଚଳିକ ପ୍ରବନ୍ଧକ ଇଂ ଆଶିଷ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଖଣି ପ୍ରବନ୍ଧକ ଇଂ ଗଣେଶ୍ୱର ଭୂୟାଁଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା । ଖଣି ସୁରକ୍ଷା ନିର୍ଦେଶକ କ୍ରିଷ୍ଣାନ୍ଦୁ ମଣ୍ଡଳ, ଉପନିର୍ଦେଶକଇଂ କେ.କେ ନନ୍ଦଙ୍କ ନେତୃତ୍ୱରେ ଇଂ ସଲପରାଜ ଭାରତ ଓ ଇଂ ନିରଞ୍ଜନ ଖିଲାର ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ବିଭିନ୍ନ ପରିଦର୍ଶନ କରିବା ସହ ଖଣି ସୁରକ୍ଷା ଉପରେ ମୂଲ୍ୟାଙ୍କନ କରିଥିଲେ । ସେହିପରି ସଂଧ୍ୟାରେ ଖଣି ନିଗମ ଟାଉନସିପ ସ୍ଥିତ କମ୍ୟୁନିଟ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୁରକ୍ଷା ଉପରେ ବିଭିନ୍ନ ବିଭାଗଦ୍ୱାରା କରାଯାଇଥିବା ପ୍ରକଳ୍ପ ଓ ପୋଷ୍ଟରକୁ ବୁଲି ଦେଖିବା ସହ ମୂଲ୍ୟାଙ୍କନ କରିଥିଲେ । ଆଞ୍ଚଳିକ ପ୍ରବନ୍ଧକ ଇଂ ଆଶିଷ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ ଖଣି ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । କାଳିଆପାଣି ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଖଣିରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଦ୍ୱାରା କୃତିତ୍ୱ ଅର୍ଜନ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ରାମା ଆୟୋଜନ କରାଯାଇଥିଲା । ବରିଷ୍ଠ ଖଣି ପ୍ରବନ୍ଧକ ଇଂ ଗଣେଶ୍ୱର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିଜିଏମ ଜିତେନ୍ଦ୍ର କୁମାର ସାହୁ, ବରିଷ୍ଠ କାର୍ମିକ ପ୍ରବନ୍ଧକ ଦେବାଶିଷ ସାମଲ, ଶୁଭ୍ରାକାନ୍ତ ଜେନା, ରାମେଶ୍ୱର ସାହୁ, ତାପସ କୁମାର ନାଏକ, ଶାନ୍ତନୁ କୁମାର ଆଏଚ, ରଞ୍ଜନ କୁମାର ସାମଲ, ପ୍ରଭାତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ । ରୋଜାଲିନ ଭୋଇ ଓ ଅର୍ଚ୍ଚନା ସ୍ୱାଇଁ ଉପସ୍ଥାପନା କରିଥିଲେ ।