ଆରମ୍ଭ ହେଲା ମେଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଆସିକା : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କଟକ ପକ୍ଷରୁ ଚଳିତ ବର୍ଷ ର ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀପରୀକ୍ଷା ଆଜି ଆରମ୍ଭ ହୋଇ ଯାଇଛି କ୍ଷ ଆସିକା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷୟତ୍ରୀ ତଥା ପରୀକ୍ଷା ଅଧିକ୍ଷକ ମିନତୀ ପାତ୍ର ଙ୍କ ନେତୃତ୍ୱ ରେ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ର ପରୀକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ କ୍ଷ ଏହି ପରୀକ୍ଷା କେନ୍ଦ୍ର ରେ ଆସିକା ବ୍ଲକ ସମେତ ଧରାକୋଟ, ଶେରଗଡ଼, ସୋରଡ଼ା, ପୋଲସରା, ପୁରୁଷୋତ୍ତମପୁର ବ୍ଲକ ର ମୋଟ ୧୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୩ ଜଣ ପରୀକ୍ଷା ଦେଉଛନ୍ତି କ୍ଷ ମାତ୍ର ଦୁଇ ଜଣ ଅନୁପସ୍ଥିତ ରହିଥିଲେ କ୍ଷ ଆଜି ପ୍ରଥମ ଦିବସରେ ମାତୃଭାଷା ଓଡ଼ିଆ ପରୀକ୍ଷା ରହିଥିଲା କ୍ଷ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ କ୍ଷ ଏହି ପରୀକ୍ଷା କୁ ବାଳିକା ଉଚ୍ଚ ବିଦ୍ୟାଳୟ ର ବାଣିଶ୍ରୀ ପଣ୍ଡା,ନମିତା ପାଣି,ଲକ୍ଷ୍ମୀ ଦାସ,ଇନ୍ଦିରା ଦାସ, ପ୍ରଶାନ୍ତ କୁମାର ପାଣି, ପଦ୍ମାବତୀ ଦୋରା, ପି. ରୋଜା, ସୁ ଶ୍ରୀ ପ୍ରିୟମ୍ବଦା ପ୍ରମୁଖ ପରୀକ୍ଷା ଦାୟିତ୍ୱ ରେ ରହିଥିଲେ ।