ଫେଲ ମାରିଛି ବସୁଧା ଯୋଜନା : ପ୍ରକଳ୍ପ ଆଗଉନି, କାର୍ଯ୍ୟ ଲୋକଦେଖାଣିଆ

 ଢ଼େଙ୍କାନାଳ/ଓଡାପଡା: ପଂଚାୟତ ଓ ବ୍ଲକ ପାନୀୟଜଳ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ପ୍ରହସନ ପାଲଟିଛି । ବିରାଟ ବସୁଧା ପାଣି ଟାଙ୍କି କେବଳ ଆଖି ଦୃଶିଆ ପାଲଟିଛି । ବର୍ତ୍ତମାନ ସମୟରେ ଖରା ହେଉଥିଲେ ସୁଦ୍ଧା ପାଣି ବିନା ଅଚଳ ହୋଇ ପଡିଛି ଅନେକ ବସୁଧା ପ୍ରକଳ୍ପ । ସୂଚନାଥାଉକି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମିତ ହୋଇଥିବା ଏକଲକ୍ଷ କ୍ଷମତା ବିଶିଷ୍ଟ ବସୁଧା ପାନୀୟ ଜଳ ପ୍ରକଳ୍ପ ଆଜି ଅଚଳ ଉକ୍ତ ପ୍ରକଳ୍ପ ପାଇଁ ମିଳିତ ଅନୁଦାନରୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସ୍କିମ ମାଧ୍ୟମରେ ଖର୍ଚ୍ଚÿ ହେଇଛି । ତେବେ ଏଥିପାଇଁ ୮୮ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ତଥ୍ୟ ମାଧ୍ୟମରେ ଜଣାପଡିଛି । ଗ୍ରାମକୁ ପାଇପ ଲାଇନ କାର୍ଯ୍ୟପାଇଁ ଖର୍ଚ୍ଚÿ ବାବଦରେ ୩୬ ଲକ୍ଷ ୩୧ ହଜାର ଟଙ୍କା ପାନୀୟ ଜଳ ପାଇପାରିନାହାଁନ୍ତି । ମୌଳିକ ଅଧିକାରରୁ ସେମାନେ ବଞ୍ଚିତ । ଗ୍ରାମବାସୀ ପ୍ରତେକ ବର୍ଷ ଗ୍ରୀଷ୍ମପ୍ରଭାବରେ ପାଣି ପାଇବା ପାଇଁ ବହୁତ ଅସୁବିଧା ଭୋଗନ୍ତି । ପ୍ରତ୍ୟେକ ବର୍ଷ ବ୍ଲକରୁ ଲକ୍ଷ ଲକ୍ଷ ପାଣି ବାବଦରେ ବିଲ ଉଠାଇ ନିଜ ପକେଟ ଗରମ କରୁଛନ୍ତି କିଛି ଅସାଧୁ  ଅଧିକାରୀ । ହେଲେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ଭାବେ ସରୁ ନାହିଁ ।   ଠିକାଦାର ପୂର୍ବତନ ପଂଚାୟତ ଅଧିକାରୀଙ୍କୁ ହାତ କରି ବିଲ କରିନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ଆଗେଇ ପାରିନାହିଁ ଲୋକେ ପାନୀୟ ଜଳରୁ ବଞ୍ଚôତ ହୋଇଛନ୍ତି । ଏପରି ସ୍ଥଳରେ ପ୍ରଶାସନ  ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି । ବର୍ତମାନ ସୁଦ୍ଧା ପଂଚାୟତକୁ ଦାୟିତ୍ୱ ଦିଆଯାଇନି ବୋଲି ପଂଚାୟତ ସରପଞ୍ଚ ଅଜିତ କୁମାର ସିଂ ଜଣାଇଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି । ମୋଟାମୋଟୀ ଭାବେ କହିବାକୁ ଗଲେ ବସୁଧା ଯୋଜନା ଆଜି ଗ୍ରାମବାସୀଙ୍କ ପାଇଁ ସାତଶପନ ହେଇଯାଇଛି । ଏବେ ସବୁ ସାରଞ୍ଜାମ ଚୋରି ଓ ନଷ୍ଟ ହେଇଗଲାଣି । ଏହାର ସୁରକ୍ଷା ପାଇଁ କୌଣସି ବିଭାଗୀୟ ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନି । ଆଗାମୀ ଦିନରେ ଏହାର ସମାଧାନ କରା ନ ଗଲେ ଗ୍ରାମବାସୀ  ଜିଲ୍ଲାପାଳ ଓ ମନ୍ତ୍ରୀଙ୍କୁ ଦାବି ଜଣାଇବା ସହ ଆନେ୍ଦାଳାତ୍ମକ ମୋଡ ନେବ ବୋଲି ପ୍ରକାଶ କରିଥିଲେ ।