ସୁନା ସଫେଇ ଆଳରେ ଚୋରି, ଜଣେ ଗିରଫ

 ଢେଙ୍କାନାଳ : ଘରକୁ ଘର ବୁଲି ସୁନା ସଫା କରିବା ଆଳରେ ମହିଳାମାନଙ୍କ ସୁନାକୁ ଚୋରି କରି ନେଇ ଯାଉଥିବା ଅଭିଯୋଗରେ ଯୋରନ୍ଦା ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପ୍ରକାଶ ଯେ, ଗଁଦିଆ ଥାନ ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧୀନ ଯୋରନ୍ଦା ଗ୍ରାମରେ ଚଳିତ ମାସ ୨ତାରିଖ ଦିନ ବିହାର ରାଜ୍ୟରୁ ଆସିଥିବା ଦୁଇ ଜଣ ବିହାରୀ ଏକ ଧଳା ରଙ୍ଗର ଆପଛ ଗାଡ଼ିରେ ଆସି ସୁନା ସଫା କରିବା ସମୟରେ ଗ୍ରାମବାସୀ ପଚାରିବାରୁ ସେ ଦୁଇଜଣ ଉକ୍ତ ସ୍ଥାନରୁ ଦୌଡ଼ି ପଳାଇ ଥିଲେ । ଏହାପରେ ଗ୍ରାମବାସୀ ସେହି ଦୁଇ ଜଣଙ୍କୁ ପିଛା କରି ତନ୍ମଧ୍ୟରୁ ଜଣଙ୍କୁ କାବୁ କରିଥିଲେ । ଯାହାର ନାମ ରାଜ କୁମାର(୨୩)ପିତା ବ୍ରାହ୍ମଦେବ ସାହା ଗ୍ରାମ ଖଗାରିଆ ବିହାରକୁ କାବୁ କରି ଯୋରନ୍ଦା ଫାଣ୍ଡିରେ ଦେଇଥିଲେ ।  ଗଁଦିଆ ଥାନା ପକ୍ଷରୁ କେସ୍ ନଂ ୪୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା ।