ବଜେଟ୍ କଣ ସମସ୍ତେ ଜାଣିବା ଦରକାର: ଗଣଶିକ୍ଷା ମନ୍ତ୍ରୀ
ବାରିପଦା : ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଗଣଶିକ୍ଷା ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସଡକ ପଥରେ ଭୁବନେଶ୍ୱରରୁ ବାହାରି ବାରିପଦା ସର୍କିଟ ହାଉସ ରେ ପହଞ୍ଚିଥିଲେ । ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ଉପରେ ଆଲୋଚନା କରିଥିଲେ । କେନ୍ଦ୍ରରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବାଥିବାବେଳେ ୧୬ଲକ୍ଷ କୋଟିର ବଜେଟ୍ ହେଉଥିଲା । ଚଳିତ ୨୦୨୫-୨୬ ପାଇଁ ୫୧ଲକ୍ଷ କୋଟିର ବଜେଟ କରିଛନ୍ତି ନରେନ୍ଦ୍ର ମୋଦି । ଏଥିରେ ଗରିବ , କୃଷକ, ମହିଳା ଓ ଯୁବକଙ୍କୁ ଅଧିକ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ୨୦୪୭ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ମନାଇବାକୁ ଥିବା ବେଳକୁ ଦେଶର ବିକାଶ କିଭଳି ଶିଖର ଛୁଇଁବ ସେ ବିଷୟରେ ମୋଦି ସରକାର ଏବେ ଠାରୁ ଧ୍ୟାନ ରଖିଛନ୍ତି । ସେହିପରି ରାଜ୍ୟରେ ମଧ୍ୟ ସରକାର ପରିବର୍ତ୍ତନ ହୋଇଛି । ରାଜ୍ୟରେ ବିଜେପି ଦଳର ଶାସନ ଆରମ୍ଭ ହୋଇଛି । ଚଳିତ ବର୍ଷ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ୨ଲକ୍ଷ ୯୦ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ସମସ୍ତ ବର୍ଗଙ୍କ ବିକାଶ ପ୍ରତି ଧ୍ୟାନ ଦିଆଯାଇଛି । ୨୦୩୬ ମସିହାରେ ସ୍ୱତନ୍ତ୍ର ଉକôଳ ପ୍ରଦେଶର ଶତବାର୍ଷିକୀ ବେଳକୁ ଓଡିଶା ଏକ ବିକଶିତ ଓଡିଶା ହୋଇପାରିବ ସେଥିପାଇଁ ମୋହନ ସରକାର ଧ୍ୟାନ ରଖି ବଜେଟ ପ୍ରସ୍ତୁତ କରିଛନ୍ତି । ପୂର୍ବ ବଜେଟ ତୁଳନାରେ ସରକାର ଚଳିତ ବଜେଟରେ ଅର୍ନ୍ତଦ୍ୟୋୟ ଗୃହ ଯୋଜନା, ସୂଭଦ୍ରା ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଯୋଜନା, ପୃଷ୍ଟି ମିଶନ, ବକୁଳବନ ଉନ୍ନୟନ, ଆମ ଶିମିଳିପାଳ, ମଡେଲ ମଣ୍ଡି, ଶହୀଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ, ପ୍ରବାସୀଙ୍କ ପାଇଁ ଭାଷା ସୁରକ୍ଷା , କନ୍ୟା ବିବାହ , ସ୍ୱଚ୍ଛ ଓଡିଶା, ଆମେ ପଢିବା ଆମ ମାତୃଭାଷା, ଅଟଳ ବସଷ୍ଟାଣ୍ଡ ଓ ସମୃଦ୍ଧ ସହର ଭଳି ୧୬ଟି ନୁତନ ଯୋଜନା ସାମିଲ କରିଛନ୍ତି । ଏଣୁ ଏଭଳି ଲୋକାଭିମୁଖୀ ବଜେଟ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଜାଣିବା ଦରକାର । ଏଥିପାଇଁ ସରକାର ପକ୍ଷରୁ ମନ୍ତ୍ରୀମାନେ ପ୍ରତ୍ୟେକ ଜିଲ୍ଲାକୁ ଗସ୍ତକରିବା ସହ ବୁଦ୍ଧିଜୀବୀଙ୍କ ସହ ଭାବ ବିନିମୟ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରତି ଜନତାଙ୍କ ପାଖରେ ବଜେଟ ସମ୍ପର୍କରେ ସୂଚନା ପହୁଞ୍ଚାଇବା ପାଇଁ ପ୍ରୟାସ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ପ୍ରକାଶ କରିଛନ୍ତି ।