ବାଲିଯାତ୍ରାରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଅକ୍ସିଜେନ୍’


ାା ପ୍ରଭାନୁ୍ୟଜ ।ା ଆଠଗଡ଼: ବାଲିଯାତ୍ରାରେ ପରଦାକୁ ଆସୁଛି ବାସ୍ତବଧର୍ମୀ ଚଳଚ୍ଚିତ୍ର ଅକ୍ସିଜେନ । ମହାମାରୀ କରୋନା ସମୟରେ ଅକ୍ସିଜେନ୍ ଅଥବା ଅମ୍ଳଜାନର ଅଭାବରୁ ସମଗ୍ର ବିଶ୍ୱରେ ରୋଗୀମାନଙ୍କର ଯେଉଁଭଳି ଅବସ୍ଥା ଦେଖାଦେଲା, ତାହା ନିହାତି ପକ୍ଷେ ଏକ ଦୁଃଖଦ ଘଟଣା । ଜୀବନ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ ଏବଂ ଏଥିନିମନ୍ତେ ପରିବେଶ ସୁରକ୍ଷା କେତେ ଜରୁରୀ ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଆଠଗଡର ଅଗ୍ରଣୀ ଯୁବ ସଂଗଠନ ମନୋରମା କ୍ଲବ ପକ୍ଷରୁ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଚଳଚ୍ଚିତ୍ରକୁ ପ୍ରଯୋଜନା ଦେଇଥିବା ଆଠଗଡର ପୁଅ ସୁକେଶୀ ପଣ୍ଡା ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ରରେ ଭରପୁର କମେଡି ସହିତ ଆକ୍ସନ ଏବଂ ରୋମାନ୍ସ ରହିଛି । ଏହାସହିତ ମନଛୁଆଁ ସଙ୍ଗୀତ ମଧ୍ୟ ରହିଛି । ଯାହାକି ଦର୍ଶକମାନଙ୍କ ମନକୁ ଛୁଇଁବ ବୋଲି ପ୍ରକାଶ କରିଛନ୍ତି । ସୁକେଶୀ ପଣ୍ଡା ଏବଂ ଶିବ ପ୍ରସାଦ ପଣ୍ଡାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଡ଼ ରଶ୍ମୀ ପଣ୍ଡା । ପିନୁ ନାୟକଙ୍କ ନିଦେ୍ର୍ଦଶିତ ଚଳଚିତ୍ରର ସଙ୍ଗୀତ ନିଦେ୍ର୍ଦଶନାରେ ରହିଛନ୍ତି ଅଭିଜିତ ମଜୁମଦାର । ମୁଖ୍ୟ ଭୂମିକାରେ ସମ୍ବିତ, ତମନ୍ନା, ବବି ମିଶ୍ର ଦମଦାର ଷ୍ଟାରକାଷ୍ଟରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ପୋଷ୍ଟ ପ୍ରଡକ୍ସନ କାମ ସରି ଥିବାବେଳେ ଆଗାମୀ ବାଲିଯାତ୍ରା ମଧ୍ୟରେ ଏହାର ମୁକ୍ତିଲାଭ କରିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି  । ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ବରିଷ୍ଠ ଗୀତିକାର ରାଧାନାଥ ଦାସ, ସମାଜସେବୀ ପାର୍ଥସାରଥୀ ପଟ୍ଟନାୟକ ଉପସ୍ଥିତ ରହି ଚଳଚ୍ଚିତ୍ରଟି ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ଶୁଭାଶିଷ ଦେଇଥିଲେ ।