ଦ୍ୱାରଶୁଣି ଘାଟି ସମ୍ପ୍ରସାରଣ ନେଇ ଆନେ୍ଦାଳନକୁ ଓହ୍ଲାଇବ ଭଞ୍ଜସେନା

ାା ପ୍ରଭାନୁ୍ୟଜ ।ା ବାଙ୍ଗିରିପୋଷି /ସାରସକଣା: ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ମାଆ ଦ୍ୱାରଶୁଣି ଘାଟି ରାସ୍ତାର ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଠିକା କମ୍ପାନୀର ମନମୁଖୀ ଯୋଗୁଁ ମନ୍ଥର ଗତିରେ ଚାଲିଛି । ଯାହାଫଳରେ  ରାସ୍ତା ଅଧିକାଂଶ ସମୟରେ ଜାମ ରହିବା ସହ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବ ଓ ଛାତ୍ର ସଂଗଠନ ତଥା ମୟୂରଭଞ୍ଜର ଜାଗ୍ରତ ପ୍ରହରୀ ଭଞ୍ଜସେନା ପକ୍ଷରୁ ଗତ ସେପ୍ଟେମ୍ବର ୨୬ତାରିଖରୁ ସକାଳ ୬ ଘଟିକାରୁ ଜାତୀୟ ରାଜମାର୍ଗ ୪୯ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହରତାଳ କରାଯିବା ନେଇ ଘୋଷଣା କରିଥିଲା ।  କିନ୍ତୁ  ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଅମିନ, ଆରଆଇ ଏବଂ ଅନ୍ୟାନ୍ୟ ପରୀକ୍ଷା ରହୁଥିବାରୁ ବାଙ୍ଗିରିପୋଷି ଏବଂ ବିଶୋଇ ଅଞ୍ଚଳର ଜନସାଧାରଣ ତଥା ଅଭିଭାବକଗଣ ଭଞ୍ଜ ସେନା ନେତୃବୃନ୍ଦଙ୍କୁ ଅକ୍ଟୋବର ୨୦ପର୍ଯ୍ୟନ୍ତ ଉକ୍ତ ହରତାଳକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ତେଣୁ ମୟୂରଭଞ୍ଜର ଛାତଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ଅଭିଭାବକଙ୍କ ଲିଖିତ ଅନୁରୋଧ ରକ୍ଷା କରି ଭଞ୍ଜ ସେନା ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ସେପ୍ଟେମ୍ବର ୨୬ରେ ହେବାକୁ ଥିବା ହରତାଳକୁ ଆଗାମୀ ଅକ୍ଟୋବର ୨୦ ତାରିଖ ପଯ୍ୟନ୍ତ ସ୍ଥଗିତ ରଖିବା ନେଇ ନିର୍ଣ୍ଣୟ ନେଇଥିଲେ । ତେବେ ଏହାରି ମଧ୍ୟରେ ଏତେଦିନ ବିତିଯାଇଥିଲେ ସୁଦ୍ଧା ରାସ୍ତା ମରାମତି ଏବଂ ସମ୍ପ୍ରସାରଣ ଦିଗରେ କୌଣସି ନେତା କି ପ୍ରଶାସନ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟର ବିଷୟ ପାଲଟିଛି । ତେବେ ମୟୂରଭଞ୍ଜର ଜାଗ୍ରତ ପ୍ରହରୀ ଭଞ୍ଜ ସେନା ତାର ସ୍ଥଗିତ ଆନେ୍ଦାଳନକୁ ପୁଣି ଥରେ ହାତକୁ ନେଇଛି । ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ମା’ ଦ୍ୱାର ଶୁଣି ମନ୍ଦିର ବେଢ଼ାରେ ଭଞ୍ଜ ସେନାର ଜିଲ୍ଲା ଆଦିବାସୀ ସଭାପତି ବାଜୁନ ହାଁସଦାଙ୍କ ଅଧ୍ୟକ୍ଷତାରେ ଘାଟି ରାସ୍ତା ସମସ୍ୟା ସମାଧାନ ପାଇଁ ଗୋଟିଏ ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ମରଣଯନ୍ତା ପାଲଟିଥିବା ଦ୍ୱାରସୁଣୀ ଘାଟିର ସମ୍ପ୍ରସାରଣ ପାଇଁ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯାଉ, ଏବଂ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଲୌହଖଣିଜ ବୋଝେଇ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବା ସହିତ କେବଳ ନିତ୍ୟ ବ୍ୟବହାର୍ଯ୍ୟ ବୋଝେଇ ଟ୍ରକ, ବସ୍ ଓ ସାଧାରଣ ଜନତା ଏହି ରାସ୍ତାରେ ଚଳପ୍ରଚଳ କରିପାରିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଛି । ଆଉ ଉକ୍ତ ପ୍ରସ୍ତାବ ଗୁଡିକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆସନ୍ତା ନଭେମ୍ବର ୧୭ ତାରିଖ ରବିବାର ଦିନ ଦ୍ୱାରସୁଣୀ ମନ୍ଦିର ପାଖରେ ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି । ଆଜିର ବୈଠକରେ ଜିଲ୍ଲା ଉପାଧ୍ୟକ୍ଷା ସୁଶ୍ରୀ କନିକା ବୋଷ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସନ୍ତୋଷ ଗିରି, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ଜିଲ୍ଲା ଉପସଭାପତି ମନୋରଞ୍ଜନ ବାରିକ, ସାରସକଣା ବ୍ଲକ ସଭାପତି ହାଡିବନ୍ଧୁ ମହାନ୍ତ, କୁଳିଅଣା ବ୍ଲକ ସଭାପତି ଅମିତ୍ କୁମାର ବାବୁ, ବାଙ୍ଗିରିପୋଷି ଛାତ୍ର ଶାଖା ସଭାପତି ସୁମିତ ପାତ୍ର, ବାଙ୍ଗିରିପୋଷି ବ୍ଲକ ଉପସଭାପତି ସୁମନ୍ତ ଗିରି, ସରୋଜ ବାସ୍କେ, ଲିକୁ ସହିତ ବହୁ ଭଞ୍ଜ ସେନା କର୍ମୀ ଉପସ୍ଥିତ ଥିଲେ ।